ଭଦ୍ରକରେ ବିଜେଡିର ବିଶାଳ ମିଶ୍ରଣ ପର୍ବ ।

ଭଦ୍ରକ,(ବସୁନ୍ଧରା) : ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ତାର ରାଜନୈତିକ ଗୋଟି ଚାଳନା ଆରମ୍ଭ କରିଦେଇଛି । ଅନ୍ୟ ବିରୋଧି ଦଳ ମାନଙ୍କରୁ ଶତାଧିକ ନେତା ଓ କର୍ମି ମାନଙ୍କୁ ନିଜ ଆଡକୁ ଅକର୍ଷିତ କରିପାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ଭଦ୍ରକ ବିଧାୟକଙ୍କ ଲୋକପ୍ରିୟତା ଆଗରେ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି ବିରୋଧୀ ରାଜନୈତିକ ଦଳର ଗଡ । ଭଦ୍ରକ ନିର୍ବାଚନ ମଣ୍ଡଳୀରେ ପ୍ରମୁଖ ବିରୋଧୀ ଦଳ ଭାବରେ ଉଭା ହୋଇଥିବା ବିଜେପିର ସଂଗଠନ କ୍ରମଶଃ ଭୁଶୁଡିବାରେ ଲାଗିଛି । କଂଗ୍ରେସ ଦଳର ମଧ୍ୟ ସମାନ ଅବସ୍ଥା । ଏଭଳି ଏକ ନଜିର ଦେଖିବାକୁ ମିଳିଛି କାଉପୁର ପଞ୍ଚାୟତରେ । ଆଜି ଏହି ପଞ୍ଚାୟତର ପୂର୍ବତନ କଂଗ୍ରେସ ସରପଞ୍ଚ ବିଶ୍ୱନାଥ ମଲ୍ଲିକ, କବିତା ମଲ୍ଲିକ, ବିଜେପିରୁ ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ରାଜକିଶୋର ଦାସ ଏବଂ ସ୍ୱାଧୀନ ପ୍ରାର୍ଥୀ ରୁକ୍ମଣୀ ଦାସଙ୍କ ନେତୃତ୍ୱରେ ୨୫୦ ଟି ପରିବାରର ଶାସକ ଦଳ ବିଜେଡିରେ ସାମିଲ ହୋଇଛନ୍ତି । ଏଥି ଉପଲକ୍ଷେ ଭଦ୍ରକ ସହୀଦ ସ୍ମୃତି ଭବନ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବ୍ଲକ୍ ସଭାପତି ପ୍ରଫୁଲ୍ଲ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ, ଜିଲା ପରିଷଦ ସଭ୍ୟ କ୍ଷୀରୋଦ ରାଉତ, ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁନାଥ ଧଳ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଳୟ ଜେନା, ସମିତି ସଭ୍ୟ ଯୋଗେନ୍ଦ୍ର ଘଡାଇ, ପୂର୍ବତନ କାଉନସିଲର ପ୍ରବୀର ଜେନା, ଆଇନ୍‌ଜୀବୀ ତାହେର ମହମ୍ମଦ, ପ୍ରିୟବ୍ରତ ନାୟକ, ରାକେଶ ପଣ୍ଡା, ତଥାଗତ ସାମଲ, ମହମ୍ମଦ ଫରେତ ଆଲାମଙ୍କ ଉପସ୍ଥିତିରେ ବିଧାୟକ ଶ୍ରୀ ମଲ୍ଲିକ ସମସ୍ତଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଆଜି ଏହି ମିଶ୍ରଣ ପର୍ବ ଯୋଗୁଁ ବିଜେଡିର ହାତମୁଠା ଟାଣ ହେବା ସହ ସଂଗଠନ ଅଧିକ ମଜବୁତ ହେବ ବୋଲି ବିଧାୟକ ଶ୍ରୀ ମଲ୍ଲିକ କହିଛନ୍ତି ।

Leave A Reply

Your email address will not be published.

3 × 3 =