ପୁରୁଣାବଜାର ଥାନା ପକ୍ଷରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ଜଣେ ଗିରଫ ।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ପୁରୁଣାବଜାର ଥାନା ଅଂଚଳରୁ ପ୍ରାୟ ଦେଢ କ୍ୱିଣ୍ଟାଲ ନକଲି ଜର୍ଦ୍ଦା ଜବତ ହେବା ସହ ଜଣେ ଗିରଫ ହୋଇଛି । ସୁଚନା ଅନୁସାରେ ପୁରୁଣାବଜାର ଥାନାଧିକାରୀ ପ୍ରକାଶ ଚନ୍ଦ୍ର ପୃଷ୍ଟିଙ୍କ ନିର୍ଦ୍ଦେଶ କ୍ରମେ ଦୁଇଟି ସ୍ପେଶାଲ ସ୍କ୍ୱାର୍ଡ ଗତକାଲି ରାତିରେ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବରପାଇ ଲାହାପଟି ଠାରେ ଏକ ଅଟୋରେ ଯାଜପୁର ଚୋରା ଚାଲାଣ ହେଉଥିବା ଦେଢ କ୍ୱିଣ୍ଟାଲ ଜର୍ଦ୍ଦା ଜବତ କରିଥିଲେ । ଏବଂ ଏହି ଚୋରା ଚାଲାଣର ମୁଖ୍ୟ ଅଭିଯୁକ୍ତ ଅବଦୁଲ ଗଫାର ଖାନ୍‌କୁ ଗିରଫ କରିଥିଲେ । ଏହି ଘଟଣା ମୂଳେ ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ତେବେ ତଦନ୍ତ ସମୟରେ ଗଫାର ଭଦ୍ରକର ବିଭିନ୍ନ ଅଂଚଳରେ ଏହି ଚୋରା ବେପାର କରୁଥିବାର ସ୍ୱୀକାର କରିଛି ।

Leave A Reply

Your email address will not be published.

three × five =