ଡକ୍ଟର ଚନ୍ଦନ ମିତ୍ର ଙ୍କ ବିୟୋଗରେ ଶୋକ ଶୋଭା।

ଢେ଼ଙ୍କାନାଳ,(ବସୁନ୍ଧରା) : ଢେଙ୍କାନାଳ ପାୟୋନିଅର ଇଂରାଜୀ ଖବରକାଗଜର ସଂପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡକ୍ଟର ଚନ୍ଦନ ମିତ୍ରଙ୍କ ଆଜି ୬୬ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଏଥିରେ ଗଭୀର ଭାବରେ ମର୍ମାହତ ହୋଇ ଡକ୍ଟର ମିତ୍ରଙ୍କ ଦେହାନ୍ତ ଆମ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଓଡିଶା ପ୍ରଜା ସଂଘର୍ଷ ସମିତି ରାଜ୍ୟ ସଭାପତି ଜନନେତା ଇଂ . ଦେବାଶିଷ ହୋତା ପ୍ରକାଶ କରିଛନ୍ତି । ଇଂ . ହୋତା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ , ତାଙ୍କର ବ୍ୟକ୍ତିଗତ ପରିଚୟ ଡକ୍ଟର ମିତ୍ରଙ୍କ ସହିତ ଇଣ୍ଡିଆନ୍ ମିଡିଆ ସେଣ୍ଡର୍ ( ଆଇଏମସି ) ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ୧ ମଇ ୨୦୧୧ ଦିନ ହୋଇଥିଲା । ସେତେବେଳେ ଢେଙ୍କାନାଳର ସିନର୍ଜ ଇଂଜିନିୟରିଂ କଲେଜରେ ହେଉଥିବା ଏହି ରଷ୍ଟ୍ରୀୟ କାର୍ଯ୍ୟକାରିଣୀର ମୁଁ ଆୟୋଜକ ଥିଲି ଏବଂ ଡକ୍ଟର ମିତ୍ର ଆଇଏମସିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ । ଦେଶର ସାଧାରଣ ଲୋକମାନଙ୍କର ସମସ୍ୟାଗୁଡିକର କିଭଳି ସମାଧାନ ହୋଇପାରିବ ସେଥିପାଇଁ ସେ ସର୍ବଦା ଚିନ୍ତା କରୁଥିଲେ । ଅନେକ ଉଚ୍ଚପଦବୀରେ ଥାଇ ମଧ୍ୟ ତାଙ୍କ ମନରେ ଆଦୌ ଅହଙ୍କାର ନ ଥିଲା । ସମସ୍ତଙ୍କର କଥାକୁ ଗୁରୁତ୍ବ ଦେଇ ସେ କାମ କରୁଥିଲେ । ଡକ୍ଟର ମିତ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପାୟୋନିଅର ଇଂରାଜୀ ଖବରକାଗଜର ସମସ୍ତ କର୍ମଚାରୀ କାମକରୁଥିବାରୁ ଏହା ଆଜି ସାରା ଭାରତରେ ସାଧାରଣ ଲୋକମାନଙ୍କର ସ୍ୱର ପାଲଟିପାରିଛି ବୋଲି ଇତ୍ୟବସରରେ ଇଂ.ହୋତା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

13 − two =