ସ୍ୱାୟତ ଶାସନ ଦିବସ ପାଳନ ବେଳେ ଭାରତ ମା”ଙ୍କ ଫଟୋଚିତ୍ରକୁ ଅସମ୍ମାନ।

ଭଦ୍ରକ,(ବସୁନ୍ଧରା) :ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଗତ ୩୧/୮/୨୦୨୧ ରିଖ ଦିନ ସ୍ୱାୟତ ଶାସନ ଦିବସ ସରକାରୀ ଭାବେ ପାଳିତ ହେଉଥିବା ବେଳେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ସମ୍ପର୍ଣ୍ଣ କରୁଥିବା ଶ୍ରୀ ପ୍ରଣବ କୁମାର ବେହେରା ଭାରତ ମା”ଙ୍କୁ ଫଟୋଚିତ୍ରକୁ ମାଟିଉପରେ ଥୋଇଦେଇ ଖୋଲାଖୋଲି ଭାବେ ଦେଶ ମାତୃକାକୁ ଅସମ୍ମାନିତ କରିଥିବାର ଦୃଶ୍ଯ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପାଇବାରେ ଲାଗିଛି।
ସାଧାରଣରେ ପ୍ରଶ୍ନ ସରକାରୀ ଉତ୍ସବ ମାନଙ୍କରେ ଯଦି ଭାରତ ମାତାଙ୍କ ଫଟୋ ରଖିବା ପାଇଁ ଚେୟାରଟିଏ ନାହିଁ ତାହାହେଲେ ପୂର୍ବସ୍ୱରୀ ମାନଙ୍କ ଫଟୋକୁ ଏହି ଉତ୍ସବରେ ରଖିବାର କାରଣ କଣ?ନିଜ ପଦବୀର ଅହଂରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବାସୁଦେବପୁର ବି.ଡି.ଓ ଭାରତ ମାଙ୍କୁ ସର୍ବସାଧାରଣରେ ଅସମ୍ମାନିତ କରିବାକୁ ମହାଶୟ ସାହାସ କଲେ କିପରି,ନିଜ ଅଜାଣତରେ ଏପରି ଭୁଲ ହୋଇଥିଲା ନା ମଞ୍ଚ ଉପରେ ଠିଆ ହୋଇ ସେ ନିଜକୁ ଭିନ୍ନ ଏକ ଭାବୁଥିଲେ କି!ନହେଲୈ ନିଜେ ସୁସଜ୍ଜିତ ମଞ୍ଚରେ ଥିବା ବେଳେ ଭାରତ ମାତା ଓ ମହାପୁରୁଷଙ୍କ ଫଟୋରେ ଗେଣ୍ଡୁମାଳ ଦେଇ ତଳେ ଥୋଇଦେବା ମୂଳରେ ତାଙ୍କ ଆଭିମୂଖ୍ୟ କଣ?ଜଣେ ନିରକ୍ଷର ଲୋକ ନିଜ ଦେଶ ପାଇଁ ତାର ଅନୁଗତ୍ୟ ପ୍ରକାଶ କରୁଥିବା ବେଳେ ଓ.ଏ.ଏସ ବାବୁଙ୍କ ଏ ଅହମିକା ପଛରେ କାରଣ କଣ ସାଧାରଣରେ ପ୍ରଶ୍ନ ।

Leave A Reply

Your email address will not be published.

five × 2 =