ଯଶୋବନ୍ତଙ୍କ ହସ୍ତକ୍ଷେପ ପରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଦୁଇ ଝିଅ

ଗଜପତି (ବସୁନ୍ଧରା) : କରୋନା ମହାମାରୀ ରେ ଅନେକ ପରିବାର ଉଜୁଡି ଯାଇଥିବା ବେଳେ ଅନେକଙ୍କ ସାମାଜିକ ଓ ଆର୍ଥିକ ଅବସ୍ଥା ଦୋହଲି ଯାଇଛି l ଏହିଭଳି ଅବସ୍ଥାରେ ପରିବାର ର କିଏ ମୁରବି ହରାଇଛି ତ କିଏ ରୋଜଗାରିଆ ପୁଅ କୁ ହରେଇଛି l ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଗଜପତି ଜିଲ୍ଲା ମୋହନା ବ୍ଲକ ମୋହନା ପଞ୍ଚାୟତ ଦଳିତ ସାହିରେ l ଏହି ସାହି ବାସିନ୍ଦା ସରଜ ପୋଲେଈ ଗତ ଜୁନ ମାସରେ କରୋନା ରେ ଆକ୍ରାନ୍ତ ହୋଇଥିଲେ l ବ୍ରହ୍ମପୁର ଟାଟା କୋଭିଡ ଡାକ୍ତର ଖାନରେ ତାଙ୍କର ଗତ ଜୁଲାଇ ୧୧ ତାରିଖ ରେ ଦେହାନ୍ତ ହୋଇଥିଲା l ସେ ଚାଲିଗଲା ପରେ ପରିବାର ଅସହାୟ ହୋଇ ପଡିଥିଲା l ଘରେ ବିଧବା ପତ୍ନୀ ସହିତ ଛ ବର୍ଷ ର ଓ ନ ବର୍ଷ ର ଝିଅ ଅଛନ୍ତି l ଦୁଇ ଝିଅ ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ପାଠ ପଢୁଛନ୍ତି l ଦୁଇଟି ଛୁଆ ଙ୍କୁ କିପରି ମଣିଷ କରିବେ ତାହାକୁ ନେଇ ତାଙ୍କ ସ୍ତ୍ରୀ ମର୍ମାହତ l ସେ କିପରି ଲାଳନପାଳନ କରିବେ ତାହାକୁ ନେଇ ଚିନ୍ତିତ ଥିବା ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ହୋଇଥିଲା l ଏହି ଖବର କୁ ପଢି କଳାହାଣ୍ଡି ର ଯୁବ ସମାଜସେବୀ ଯଶୋବନ୍ତ ରଣା ଗଜପତି ଜିଲ୍ଲାପାଳ, ଶିଶୁ ସୁରକ୍ଷା ୟୁନିଟ ଗଜପତି, ମନ୍ତ୍ରୀ ଟୁକୁନି ସାହୁ, ମହିଳା ଓ ଶିଶୁ ବିଭାଗ, ମୋହନା ବିଡ଼ିଓ ଙ୍କୁ ଏହି ବିଷୟରେ ଅବଗତ କରାଇ ଦୁଇଟି ଶିଶୁ ଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ l ନିବେଦନ ରକ୍ଷାକରି ଡ଼ିସିପିଉ ଙ୍କ ନିର୍ଦେଶ ଦୁଇଜଣ ଅଧିକାରୀ ପହଂଚି ସମସ୍ତ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ l ଦୁଇଜଣ ଝିଅ ଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି ମାସିକ ୧୫ସହ ଟଙ୍କା ଦିଆଯିବ ବୋଲି କହିଲେ l ସେହିପରି ତାଙ୍କର ସ୍ତ୍ରୀଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ସାମିଲ କରି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ଗଜପତି ଜିଲ୍ଲାପାଳ ସମାଜସେବୀ ଯଶୋବନ୍ତ ରଣା ଙ୍କୁ ସୂଚନା ଦେଇଛନ୍ତି l ସମାଜସେବୀ ଯଶୋବନ୍ତ ରଣା ଙ୍କ ଏହିପରି କାର୍ଯ୍ୟ କୁ ବୁଦ୍ଧିଜୀବୀ ମହଲ ରେ ବେଶ ପ୍ରଶଂସା କରିଛନ୍ତି l

Leave A Reply

Your email address will not be published.

4 × 5 =