ବିଭିନ୍ନ କ୍ଲଷ୍ଟରରେ ଭିନ୍ନକ୍ଷମ ବିଦ୍ୟାର୍ଥୀ ଶିକ୍ଷଣ କର୍ମଶାଳା।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ମହୁରା ଉନ୍ନିତ ଉଚ୍ଚବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣାଙ୍କ ଅଧ୍ୟକ୍ଷତାରେ ଭିନ୍ନକ୍ଷମ ବିଦ୍ୟାର୍ଥୀ, ଚିହ୍ନଟ, ଶିକ୍ଷଣ, ସୁଯୋଗ ଓ ସରକାରୀ ସୁବିଧା ସମ୍ପର୍କିତ କର୍ମଶାଳା ସୋମବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଏବିଇଓ ଉମେଶ ଚନ୍ଦ୍ର ଜେନା ମୁଖ୍ୟଅତିଥି, ବ୍ଲକ ବିଜ୍ଞାନ ସଂଯୋଜକ ତଥା ପ୍ରଧାନଶିକ୍ଷକ ସୁବଳ କୁମାର ପତ୍ରୀ, ବ୍ଲକ ଦିବ୍ୟାଙ୍ଗ ସଂଯୋଜକ ରଶ୍ମିରଞ୍ଜନ ଦାଶ, ଶିକ୍ଷା ସଂଯୋଜକ ରଞ୍ଜନ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ବିଦ୍ୟାର୍ଥୀ ଚିହ୍ନଟ ପ୍ରଣାଳୀ, ଶିକ୍ଷଣ, ସୁବିଧାସୁଯୋଗ ଆଦି ସମ୍ପର୍କରେ ଆଲୋକପାତ କରିଥିଲେ । ସାଧନ କର୍ମୀ ଜଗବନ୍ଧୁ ମହାନ୍ତି ଓ ଧର୍ମେନ୍ଦ୍ର ସ୍ୱାଇଁ କର୍ମଶାଳାର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ଏହି କର୍ମଶାଳାରେ ଭିନ୍ନକ୍ଷମ ପିଲାଙ୍କ ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ଅଜୟ କୁମାର ରାୟ ଅତିଥି ପରିଚୟ ଓ ପ୍ରସନ୍ନ ମହାକୁଡ ଧନ୍ୟବାଦ ଦେଇଥିଲେ । ସେହିପରି ରାଜେନ୍ଦ୍ରପୁର ସରକାରୀ ଉପ୍ରା ବିଦ୍ୟାଳୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅକ୍ଷୟ କୁମାର ଜେନାଙ୍କ ଅଧ୍ୟକ୍ଷତାରେ କର୍ମଶାଳାରେ ସମ୍ବଳ ପ୍ରଶିକ୍ଷକ ମନସିନ ଦାସ, ବିଶ୍ୱରଞ୍ଜନ ଶେଣ୍ଢ ଓ ମୀନା କୁମାରୀ ଜେନା କର୍ମଶାଳା ପରିଚାଳନା କରିଥିଲେ । ପ୍ରଧାନଶିକ୍ଷୟତ୍ରୀ ମହୀଲତା ସାହୁ, ମଞ୍ଜୁଲତା ନାୟକ, ଉଦୟନାଥ ସେଠୀ, ବିଶ୍ୱମ୍ଭର ମାଝୀ ପ୍ରମୁଖଙ୍କ ସହ ଅଭିଭାବକମାନେ ଯୋଗଦେଇଥିଲେ । ଶିକ୍ଷା ସଂଯୋଜକ କୈଳାସ ଚନ୍ଦ୍ର ସାମଲ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

18 − 15 =