ଥାନା ମଧ୍ୟରେ ଜଣେ ଆଇନଜୀବି ଙ୍କୁ ପୋଲିସ ମାଡ଼ମାରିବା ଘଟଣାରେ ଢେଙ୍କାନାଳର ଓକିଲ ସଂଘ ତରଫରୁ ପ୍ରତିବାଦ ।

ଢେ଼ଙ୍କାନାଳ,(ବସୁନ୍ଧରା) : ବାଲେଶ୍ଵର ଜିଲ୍ଲାର ଏକ ଥାନା ମଧ୍ୟରେ ଜଣେ ଆଇନଜୀବି ଙ୍କୁ ପୋଲିସ ମାଡ଼ ମାରିଥିଲା ଏହା କୁ ପ୍ରତିବାଦ କରି ଢେଙ୍କାନାଳ ଓକିଲ ସଂଘ କିଛିଦିନ ତଳେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦେବାପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ କୁ ଏକ ଗୋଷ୍ଠୀ ଯାଇଥିଲା ବେଳେ କୋୖଣସି କାରଣବଶତଃ ଟାଉନ ଥାନା ଆଇଆଇସି ନମିତା ନାଏକ ଙ୍କ ସହ ମୁହାଁମୁହିଁ ହୋଇଥିଲେ । ପରେ ଟାଉନ ଥାନା ଆଇଆଇସି ଓକିଲଙ୍କ ବିରୋଧରେ ମାମଲା ରୁଜୁ କରି ଥିଲେ ।

ଏହାକୁ ଢେଙ୍କାନାଳର ଓକିଲ ସଂଘ ତରଫରୁ ପ୍ରତିବାଦ କରିବା ଉଦେଶ୍ୟରେ ଆଜି ଠାରୁ ଆସନ୍ତା ସୋମବାର ଯାଏଁ ଜିଲ୍ଲାକୋର୍ଟ କୁ ବନ୍ଦ କରିଦିଆଯାଇଛି । ଏଥି ସଂଗେ ସଂଗେ ଆଜି ଶତାଧିକ ଆଇନଜୀବୀ ଏକ ଶୋଭାଯାତ୍ରାରେ ବାହାରି ଢେଙ୍କାନାଳର ଆରକ୍ଷୀ ଅଧିକ୍ଷକ କେ.ଶିବା.ସୂବ୍ରମଣୀ ଙ୍କୁ ସାକ୍ଷାତ କରିଥିଲେ ଏବଂ ସେମାନଙ୍କ ଦାବି ପୂରଣ ପାଇଁ ଆଲୋଚନା କରିଥିଲେ । ଆଜିର ଏହି ଆଲୋଚନାରେ ବାର ଆସୋସିଏସନ ର ସଭାପତି ସଞ୍ଜୟ କୁମାର ମିଶ୍ର, ଉପସଭାପତି ସରୋଜ କୁମାର ପାଢୀ,ସମ୍ପାଦକ ଟଂକଧର ବେହେରା,ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ ଙ୍କ ସମେତ ଶତାଧିକ ଓକିଲ ଭାଗନେଇ ଥିଲେ ।

Leave A Reply

Your email address will not be published.

nineteen + thirteen =