କ୍ରାନ୍ତି ଦିବସରେ ସ୍ୱାଧିନତା ସଂଗ୍ରାମୀଙ୍କୁ ସମ୍ମାନୀତ।

ଭଦ୍ରକ,(ବସୁନ୍ଧରା) :କ୍ରାନ୍ତି ଦିବସରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସାରଦା ପ୍ରସାଦ ରାୟଙ୍କୁ ରାଷ୍ଟ୍ରପତି ପକ୍ଷରୁ ସମ୍ମାନିତ। ଭଦ୍ରକ ଜିଲ୍ଲାପାଳ ଡ. ଜ୍ଞାନ ଦାସ ସଂଗ୍ରାମୀଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିବା ଜଣା ଯାଇଛି। ଭାରତବର୍ଷର ସ୍ବାଧୀନତା ସଂଗ୍ରାମରେ ମହାତ୍ମାଗାନ୍ଧୀଙ୍କ ଡାକରାରେ ହଜାର ହଜାର ଯୁବକ ସଂଗ୍ରାମରେ ଝାସ ଦେଇଥିଲେ । ୧୯୪୨ ମସିହାର ଭାରତଛାଡ ଆନ୍ଦୋଳନରେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଦେଶର କୋଣ ଅନୁକୋଣରୁ ଯୁବକମାନେ ଇଂରେଜ ବିରୋଧରେ ଲଢେଇ କରିବା ଏବଂ ଭାରତକୁ ସ୍ୱାଧୀନତା ଦେବା ପାଇଁ ଆଗେଇ ଆସିଥିଲେ । ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ବାସୁଦେବପୁର ବ୍ଲକର ସ୍ୱାଧୀନତା ସଂଗ୍ରାମୀ ସାରଦା ପ୍ରସାଦ ରାୟ । ବାସୁଦେବପୁର ବ୍ଲକର ତୁଳମତୁଳା ଗାଁରେ ୧୯୨୬ ମସିହା ସାରଦା ପ୍ରସାଦ ରାୟଙ୍କ ଜନ୍ମ । ସମଗ୍ର ଦେଶ ସେତେବେଳେ ଇଂରେଜମାନଙ୍କ ଶାସନରେ ଥିଲା । ସାରଦାଙ୍କୁ ଯେତେବେଳେ ୧୫ ବର୍ଷ ବୟସ ହୋଇଥିଲା । ସେତେବେଳେ ମହାତ୍ମା ଗାନ୍ଧୀଙ୍କ ଭାରତଛାଡ ଆନ୍ଦୋଳନର ଡାକରାରେ ଦେଶ ଯୁବକମାନେ ସାମିଲ ହୋଇଥିଲେ । ମାତ୍ର ପନ୍ଦର ବର୍ଷ ବୟସରେ ସେ ବାପା ଦ୍ୱାରିକାନାଥ ରାୟ ଓ ମାଆ ପବିତ୍ରା ରାୟଙ୍କୁ ଲୁଚି ପଳାଇ ଯାଇ ବ୍ରିଟିଶ ଶାସନ ବିରୋଧ ଲଢେଇ କରିବା ପାଇଁ ଅଣ୍ଟା ଭିଡିଥିଲେ । ଅଷ୍ଟମ ଶ୍ରେଣୀର ପାଠ ଡୋରି ବନ୍ଧା ହୋଇଥିଲା। ୧୯୪୨ ମସିହା ସେପ୍ଟେମ୍ବର ୨୮ ତାରିଖ ଇରମ ମେଳନ ପଡିଆରେ ବ୍ରିଟିଶ ସରକାରଙ୍କ ବିରୋଧରେ ସଭାର ଯୋଗ ଦେଇଥିଲେ । ବିଟ୍ରିଶ ଗୁଳିରେ ୨୯ ଜଣ ଶହୀଦ ହୋଇଥିବା ବେଳେ ଅଳ୍ପକେ ଜୀବନ ରକ୍ଷାକରି ଖସି ଯାଇଥିଲେ ସାରଦା । ସେତେବେଳେ ଦେଶକୁ ସ୍ୱାଧୀନ କରିବା ପାଇଁ ଏତେ ଜୋଶ ଥିଲା ଯେ କାହା କଥା ଶୁଣୁ ନଥିଲେ । ଲୁଚିଛପି ଗୋରା ଶାସନ ବିରୋଧରେ ପଦ୍ମପୁର ଠାରେ ସଭା କରୁଥିବା ବେଳେ ଇଂରେଜ ପୋଲିସ ହାତରେ ଧରା ପଡି ବାଲେଶ୍ବର ଜେଲ ଯାଇଥିଲେ । ପରେ ତାଙ୍କୁ ବିହାର ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଦେଶ ସ୍ବାଧୀନ ହେବା ପରେ ସଂଗ୍ରାମୀ ଜୀବନରୁ ଶିକ୍ଷକତା ଆଡକୁ ଆକର୍ଷିତ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ମଧ୍ଯରେ ବହୁ ସ୍କୁଲ ନିଜ ହାତରେ ଗଢିତୋଳିଛି । ଦୀର୍ଘ ଦିନ ସଂଗ୍ରାମମୟ ଜୀବନର ଅପରାହ୍ନରେ ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତି କ୍ରାନ୍ତି ଦିବସ ପାଳନ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ଏନେଇ ପରିବାର ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି

Leave A Reply

Your email address will not be published.

two − 1 =