୫ଦଫା ଦାବୀ ନେଇ ଢେଙ୍କାନାଳ ଜିଲ୍ଲାପାଳଙ୍କ ଜରିଆରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ , ଗଣଶିକ୍ଷାମନ୍ତ୍ରୀ,ଉଚ୍ଚଶିକ୍ଷା ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଙ୍କୁ ଦାବି ପତ୍ର ପ୍ରଦାନ।

ଢେ଼ଙ୍କାନାଳ,(ବସୁନ୍ଧରା) : ସ୍କୁଲ କଲେଜ ମିଳିତ ମଞ୍ଚର ଆହ୍ଵାନ କ୍ରମେ ଢେଙ୍କାନାଳ ସ୍କୁଲ କଲେଜ କର୍ମଚାରୀ ମିଳିତ ସଂଘ ର ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଏକ ଦାବିପ୍ରଦାନ କରିଥିଲେ ।ମଞ୍ଚ ତରଫରୁ ଢେଙ୍କାନାଳ ମିନି ଷ୍ଟାଡିୟମ ରୁ ବିନା ନାରାବାଜି ରେ କୋଭିଡ଼ ର ନିୟମ କୁ ପାଳନ କରି ଏକ ଛୋଟିଆ ରାଲିରେ ରେ ଆସି ୫ଦଫା ଦାବିପତ୍ର ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ଆଜିର ସଭାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ର ଅନ୍ୟତମ ଆବାହକ ଶ୍ରୀ ଗୋଲକ ନାୟକ ଯୋଗଦେଇ ଶିକ୍ଷକଙ୍କ ଦାବୀ ଓ ଭତ୍ୟ ସରକାରଙ୍କ ମନୋଭାବ ଉପରେ ଆଲୋଚନା କରିଥିଲେ । ଆସନ୍ତା ୧୨ ତାରିଖରେ ସରକାର ଓ ସଂଘ ତରଫରୁ ତ୍ରିପାକ୍ଷିକ ଆଲୋଚନା ଯଦି ସଫଳ ନ ହୁଏ ତେବେ ଆଗାମୀ ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ବର ରେ ଆନ୍ଦୋଳନ କୁ ତୀବ୍ରତର କରାଯିବ ବୋଲି ଘୋଷଣା କରିଥିଲେ । ଆଜିର ଏ ଭାରି ଓ ସଭାକୁ ଢେଙ୍କାନାଳ ଓ ଜିଲ୍ଲା ସଭାପତି ଆମ୍ବରିସ ଶତପଥୀ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ଧଳ , ସମ୍ପାଦକ ବିଭୂତି ଭୂଷଣ ସାମଲ , ଯୁଗୁ ସଂପାଦକ ପିତାମ୍ବର ଦାସ , ୨୬୨ କଲେଜ ସଂଘର ସଭାପତି ବିଜୟ କୁମାର ପଟ୍ଟନାୟକ ଓ ୪୪୮ କଲେଜ ସଂଘର ପ୍ରବୀର ବିସ୍ୱାଳ ପରିଚାଳନା କରିଥିଲେ । ସଂଘର ଦାବି ଗୁଡିକ ହେଲା –
୧ ଅବିକଳ ସପ୍ତମ ବେତନ ହାରରେ ୧.୧.୨୦୧୮ ରୁ ଦରମା ପ୍ରଦାନ ।

୨ , ବାଦ ପଡ଼ିଥିବା ନୂଆ ସ୍କୁଲ ଓ କଲେଜ ଗୁଡିକରୁ ଅସଙ୍ଗଠିତ ଙ୍କୁ ବାଦ୍ ଦେଇ ସେମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା ।

୩ ସେମି ଅନୁଦାନ ପାଇଥିବା ଅନ୍ୟାନ୍ୟ ସ୍କୁଲ ଓ କଲେଜ ର ଚାକିରୀ ସର୍ତ୍ତାବଳୀ ଓ ଅବସରକାଳୀନ ପେନସନ ପ୍ରଦାନ କରାଯାଉ ।

୪ , ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀକୁ ପୂରଣ କରାଯାଇ ।

୫.ଅବସର ବୟସ ସୀମା ୬୦ ବର୍ଷ ରୁ ୬୨ ବର୍ଷ କରାଯଛି ।

Leave A Reply

Your email address will not be published.

1 × five =