ଆଜାଦୀ କା ଅମୃତ ମହୋତ୍ସବ ୨୦୨୧ ଉଦଘାଟିତ ।

ଢେ଼ଙ୍କାନାଳ,(ବସୁନ୍ଧରା) : ତା – ୦୯.୦୮.୨୦୨୧ ଢେଙ୍କାନାଳ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଓଡ଼ିଆ ଭାଷା , ସାହିତ୍ୟ , ଓ ସଂସ୍କୃତି ବିଭାଗ ସହଯୋଗରେ ସ୍ୱାଧୀନତୀର ୭୫ତମ ବର୍ଷ ପୂରି ଅବସରରେ ଆଜାଦୀ କା ଅମୃତ ମୋହସିବ ୨୦୨୧ ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ର ଅଧକ୍ଷ ଶ୍ରୀଯୁକ୍ତ ଭୂମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । । ଦେଷରେ ଅଖଣ୍ଡତାକୁ ବଜାୟ ରବା ଏବଂ ଯୁବପିଢ଼ି ମାନଙ୍କ ଭିତରେ ଜାତୀୟତା ପ୍ରୀତି ଏବ ” କଲବ୍ଧ ପରିଶ୍ରମରେ ସ୍ୱାଧୀନତା ପାଇଁ ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ଆୟ ଜୀବନୀକୁ ଅନୁଭବ କରି ତାଙ୍କ ପ୍ରେରଣାରେ ଆଗକୁ ବଢିବା କଠିନ ପରିଶ୍ରମର ମୂଲ୍ୟାୟନ ବୋଲି ପ୍ରକାଶ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ତଥା ଭପାଧ୍ୟକ୍ଷ ଶ୍ରୀ ଶଶାଙ୍କ ଶେଖର ଦାସ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଭାରତ ଭଳି ଗଣତାନ୍ତ୍ରିକ ଦେଶରେ ୭୫ତମ ବର୍ଷ ର ସଂଘର୍ଷମୟ ଇତିହାସକୁ ଆଲୋଚନାକରି ଆଗାମୀ ପିଢ଼ି ହୃଦବୋଧ କରିପାରିଲେ କାର୍ଯ୍ୟକ୍ରମର ସଫଳତା ଅନୁଭବ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜିଲ୍ଲାର ଲୋକକଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଢେଙ୍କାନାଳରେ ପ୍ରଥମ ବ୍ୟକ୍ତି ଭାବରେ ରାଜ୍ୟକଳା ସଂସ୍କୃତି ସଂଘର ଉପସଭାପତି ଭାବରେ ମନୋନୀତ ହୋଇଥୁବାରୁ ଜିଲ୍ଲାପ୍ରଶାସନ ଓ ସଂସ୍କୃତି ବିଭାଗ ପକ୍ଷରୁ ଶ୍ରୀ ଅବନୀ କୁମାର ମିଶ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥୁଲା । ସେହିପରି ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ସମ୍ପର୍କିତ କବିତା ଆବୃତି ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ଅଧୁକାର ଜରିଥୁବା ସେଣ୍ଟ ଜାଭିୟର ହାଇସ୍କୁଲ ର ୬ଷ୍ଠ ଶ୍ରେଣୀ ଛାତ୍ର ଶ୍ରୀମାନ ସାଇ ଚନ୍ଦନ ଦାସ ଙ୍କୁ ପୁରସ୍କାର ଓ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଉପସଭାପତି ଶ୍ରୀ ଅବନୀ କୁମାର ମିଶ୍ର ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧୁକାରୀ ତଥା ସମ୍ପାଦକ ଶ୍ରୀ ଶୁକ୍ଳ ସ୍ବାଇଁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସାହିତ୍ୟ ଏକାଡେମୀ ସଦସ୍ୟ ଶ୍ରୀମତୀ ପୁଷ୍ପଲତା ରଥ ମାନପତ୍ର ପାଠ କରିଥିବା ବେଳେ ଗ୍ରନ୍ଥଗାର ସହାୟିକା ସୁଶ୍ରୀ ପ୍ରିୟଦର୍ଶିନୀ ମାଝା ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ଜିଲ୍ଲାରେ ଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଫୋଟ ପ୍ରଦର୍ଶନୀ ଏବଂ ସ୍ଵାଧୀନତା ଓ ଦେଶାସକ ବୋଧ ବହୁ ମୂଲ୍ୟବାନ ପୁସ୍ତକ ମାନ ପ୍ରଦର୍ଶିତ ହୋଇଥିଲା । ଜିଲ୍ଲା ଆର୍ଟ ଆଣ୍ଡ କ୍ରାଫ୍ ସେଣ୍ଟର ରେ ଅନୁଷ୍ଠିତ ହୋଇଥିବା ଏହି ପ୍ରଦର୍ଶନୀ ଆସନ୍ତା ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ପାଳନ ହେବ । ଆଗାମୀ ଦିନରେ ଏହିଭଳି କାର୍ଯ୍ୟକ୍ରମ ନଭେମ୍ବର ଓ ଜାନୁଆରୀ ୨୦୨୨ ରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି , ସାହିତ୍ୟିକ , ସଂସ୍କୃତିପ୍ରେମୀ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକ ର ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

12 − 4 =