ସମାଜସେବୀ ଯଶୋବନ୍ତ ଙ୍କ ହସ୍ତକ୍ଷେପ ପରେ ଉଦ୍ଧାର ହେଲେ ଦୁଇ ଅନାଥ ଶିଶୁ।

ଗଜପତି,(ବସୁନ୍ଧରା) : ଗଜପତି ଜିଲ୍ଲା ରାୟଗଡ ବ୍ଲକ ସହର ଠାରେ ତୋଫାନ ପାଶୁପୁରେଡି (୩୫) ନାମକ ଜଣେ ବ୍ୟକ୍ତି ନିଜର ବାସ ଗୃହ ନଥିବାରୁ ୨ପିଲାଙ୍କ ସହିତ ରାୟଗଡ ମୁଖ୍ୟ ସଡ଼କସ୍ଥିତ ଯାତ୍ରୀ ବିଶ୍ରାମଗାର ରେ ରହି ମଜୁରୀକରି ପରିବାର ପ୍ରତି ପୋଷଣ କରୁଥିଲେ l ତାଙ୍କର ପତ୍ନୀ ଙ୍କ ଗତ ୨0୧୫ ରେ ଦେହାନ୍ତ ହେବାପରେ ଦୁଇ ପୁତ୍ର ମୁନା ପାଶୁପୁରେଡି ଓ ସୁନୀଲ ପାଶୁପୁରେଡି ଙ୍କ ସହିତ ଯାତ୍ରୀବିଶ୍ରାମ ଗାରରେ ରହି ପରିବାର ଗୁଜୁରାଣ ମେଣ୍ଟାଉଥିଲେ l ହେଲେ ତୋଫାନ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଆଉ ମଜୁରୀ କରିପାରିଲେ ନାହିଁ l ଏଥିପାଇଁ ସେ ଭିକ୍ଷାବୃତ୍ତି ଆପଣାଇଥିଲେ l ଭିକ୍ଷାବୃତ୍ତି ରୁ ଯାହା ମିଳିଲା ସେଥିରେ ତିନି ପ୍ରାଣୀ କଷ୍ଟେ ମଷ୍ଟେ ଚଳି ଯାଉଥିଲେ l ତେବେ ଗତ କିଛିଦିନ ତଳେ ତାଙ୍କର ଦେହାନ୍ତ ହୋଇଗଲା l ମୃତଦେହ ସେମିତି ଯାତ୍ରୀ ବିଶ୍ରାମଗାର ରେ ପଡି ରହିଥିଲା l ଦୁଇ ପୁଅଙ୍କ କାନ୍ଦ ବୋବାଳି ଦେଖି ରାୟଗଡ ର କିଛି ସମାଜସେବୀ ଏକତ୍ରିତ ହୋଇ ଘର ଘର ବୁଲି ସହାୟତା ପାଇଁ ନିବେଦନ କରିଥିଲେ l ଏହା ଦେଖି କିଛି ବଦାନ୍ୟ ବ୍ୟକ୍ତି ସାହାର୍ଯ୍ୟ କରିବାରୁ ରୀତିନୀତି ଅନୁସାରେ ଶବ ସତ୍କାର ହେଲା l ଏହି ସମସ୍ୟା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶିତ ହେବାପରେ କଳାହାଣ୍ଡି ର ଯୁବ ସମାଜସେବି ଯଶୋବନ୍ତ ରଣା ଗଜପତି ଜିଲ୍ଲାପାଳ, ଗଜପତି ଶିଶୁ ସୁରକ୍ଷା ୟୁନିଟ, ମହିଳା ଓ ଶିଶୁ ବିଭାଗ, ମନ୍ତ୍ରୀ ଟୁକୁନି ସାହୁ ଙ୍କ ଦୃଷ୍ଟି ଗୋଚର କରି ଦୁଇ ଅନାଥ ଶିଶୁ ଙ୍କୁ ଥଇଥାନ କରିବାପାଇଁ ଅନୁରୋଧ କରିଥିଲେ l ସୂଚନା ପାଇବାପରେ ଚାଇଲଡ ଲାଇନ ର ନାଗେଶ୍ୱର ଚୌଧୁରୀ ଙ୍କୁ ତତ୍ୱାବଧାନ ରେ ଦୁଇ ଶିଶୁ ଙ୍କୁ ଉଦ୍ଧାରକରି କରିଛନ୍ତି l ପରେ ଶିଶୁ ମଙ୍ଗଳ ସମିତି ନିର୍ଦେଶ କ୍ରମେ ଗୁମ୍ମା ସ୍ଥିତ ନିଶାନ ସାଲୁମ ସେଣ୍ଟର ଠାରେ ରଖାଯାଇଛି l ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ନିର୍ଦେଶ କ୍ରମେ ଦୁଇ ଶିଶୁ ଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇଛି ବୋଲି ସମାଜସେବୀ ଯଶୋବନ୍ତ ରଣା ଙ୍କୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି l ଦୁଇ ଶିଶୁ ଙ୍କୁ ଥଇଥାନ କରିବାରେ ସହଯୋଗ କରିଥିବାରୁ କଳାହାଣ୍ଡି ର ଯୁବ ସମାଜସେବୀ ଯଶୋବନ୍ତ ରଣା ଙ୍କୁ ସ୍ଥାନୀୟ ଲୋକେ ଢେର ସାରା ପ୍ରଶଂସା କରି ଏହିପରି ଉଦ୍ୟମ କୁ ପ୍ରଶଂସା କରିଛନ୍ତି l

Leave A Reply

Your email address will not be published.

16 + 16 =