ସିନିୟରଜି ଇଂଜିନିୟରିଂ କଲେଜ ପକ୍ଷରୁ ଜାତୀୟ ସ୍ତରର ୱେବିନାର ଅନୁଷ୍ଠିତ।

ଢେଙ୍କାନାଳ,(ବସୁନ୍ଧରା) : ଢେଙ୍କାନାଳର ସିନିୟରଜି ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଆଲୁମିନି ଆସୋସିଏସନ ଓ କମ୍ପ୍ୟୁଟର ସାଇନ୍ସ ଏବଂ ଇଂଜିନିୟରିଂ ବିଭାଗ ପକ୍ଷରୁ ଗତକାଲି ଜାତୀୟ ସ୍ତରୀୟ ଏକ ୱେବିନାର ଭରଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଛି ।

ଏହି ୱେବିନାରର ଶୀର୍ଷକ ଥିଲା “ଫ୍ୟାକ୍ଟ , ଫେକ ଆଣ୍ଡ ଫର୍ଜରି” ଅନଲାଇନ ନ୍ୟୁଜ କଂଜବ୍ସନ, ଫ୍ୟାକ୍ଟ ଚେକିଂ ଆଣ୍ଡ ଡିବଙ୍କିଙ୍ଗ ଫଲସ ନ୍ୟୁଜ” ।ଏହି ଭଚ୍ୟୁଆଲ କାର୍ଯ୍ୟକ୍ରମ ରେ ସାମ୍ବାଦିକ ଏବଂ ସାମାଜିକ କର୍ମୀ ଅବିନାଶ ସାହୁ , ସାମ୍ବାଦିକା ଲୋକସମ୍ପର୍କ ପ୍ରଫେସନାଲ ପ୍ରିୟା ଭାରତୀ ଏବଂ ବରିଷ୍ଠ ସାମ୍ବାଦିକ ଓ ମାନବଧିକାର କର୍ମୀ ପ୍ରୀତମ କଶ୍ୟପ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ଡ଼ ଇତିଶ୍ରୀ ମହାନ୍ତି ପ୍ରାରମ୍ଭିକ ଭାଷଣ ଦେଇଥିଲେ ।

ସିନିୟରଜି ଆଲୁମିନି ଆସୋସିଏସନର ସମ୍ପାଦକ ପ୍ରଫେସର ଶ୍ରୁତିରଞ୍ଜନ ଦାସ ସଭାକୁ ଖୁବ୍ ସୁନ୍ଦର ଭାବେ ପରିଚାଳନା କରିଛନ୍ତି ।କମ୍ପ୍ୟୁଟର ବିଭାଗର ମୁଖ୍ୟ ପ୍ରଫେସର ଏସ୍ ଅବିନାଶ ଧନ୍ୟବାଦ ଅର୍ପଣ କରିଥିଲେ ।ୱେବିନାରରେ ଅନୁଷ୍ଠାନର ଛାତ୍ରଛାତ୍ରୀ ,ଅଧ୍ୟାପକ ଅଧ୍ୟାପିକାମାନେ ଯୋଗଦେଇଥିଲେ ।ଢେଙ୍କାନାଳରୁ ରଞ୍ଜିତ ବେହେରାଙ୍କ ରିପୋର୍ଟ

Leave A Reply

Your email address will not be published.

1 × 5 =