ବିଜେପି ନେତ୍ରୀଙ୍କ ନାମରେ ଅଶାଳୀନ ମନ୍ତବ୍ୟ ବିରୋଧରେ ଏତାଲା।

ଭଦ୍ରକ,(ବସୁନ୍ଧରା) : ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦିକା ଡଃ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଆକ୍ଷେପ କରି ସାମାଜିକ ଗଣମାଧ୍ୟମ ‘ଫେସବୁକ’ରେ ଅଶାଳୀନ ମନ୍ତବ୍ୟ ପ୍ରକାଶ କରିଥିବା ଜଣେ ସ୍ଥାନୀୟ ଯୁବକ ମଣ୍ଟୁ ନାୟକଙ୍କ ନାମରେ ଭଣ୍ଡାରିପୋଖରୀ ଥାନାରେ ଗୁରୁବାର ଏତାଲା ଦିଆଯାଇଛି । ବିଜୁ ଜନତା ଦଳର ୨୩ ନଂ ଜୋନ ଜିଲ୍ଲା ସଭାପତି ଭାବେ ଫେସବୁକ ପ୍ରୋଫାଇଲରେ ନିଜକୁ ଉଲ୍ଲେଖ କରିଥିବା ମଣ୍ଟୁ ନାୟକଙ୍କ ନାମରେ ଥିବା ଏହି ଆକାଉଣ୍ଟରେ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରାଯାଇଛି । ଏହା ବିରୋଧରେ ଅଭିଯୋଗ କରି ଭଣ୍ଡାରିପୋଖରୀ ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଣତୀ ସାମଲ ଏତାଲା ଦିଆଯାଇଛି । ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ, ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ମଣ୍ଡଳ ସଭାପତି ଗିରିଶ ସାମଲ, ପ୍ରଫୁଲ୍ଲ ସାହୁ, ଶକୁନ୍ତଳା ସାମଲ, ସବିତା ବରାଳ, ପ୍ରବୀଣ ରାଉତ, ପ୍ରତାପ ଦ୍ୱିବେଦୀ, ରାଜେଶ ସାମଲ, ଦେବାଶିଷ ମହାପାତ୍ର, କନକ ସାହୁ, କରୁଣାକର ସାହୁ, ମହେଶ୍ୱର ବେହୁରିଆ, ଶେଖ ଆଝାରୁଦ୍ଦିନ, ଦେବାଶିଷ କଉଣ୍ଟିଆ, ପ୍ରଦ୍ୟୁମ୍ନ ସେନାପତି, ଶତ୍ରୁଘ୍ନ ସାହୁ, ରୋହିଣୀନନ୍ଦନ ଧଳ ପ୍ରମୁଖ ଥାନାକୁ ଯାଇ ଏତାଲା ଦେଇଥିଲେ । ଏଭଳି କୁମନ୍ତବ୍ୟକୁ ସ୍ଥାନୀୟ ବୁଦ୍ଧିଜୀବିଙ୍କ ପକ୍ଷରୁ ନାପସନ୍ଦ କରାଯାଇଛି ।

Leave A Reply

Your email address will not be published.

5 × 3 =