ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଭଦ୍ରକ ମୁଖ୍ୟ ଶାଖାର ବିଦାୟକାଳୀନ ସଭା ଅନୁଷ୍ଠିତ।

ଭଦ୍ରକ,(ବସୁନ୍ଧରା) : ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ଭଦ୍ରକ ଶାଖାର ଋଣ ବିଭାଗରେ କାର୍ଯ୍ୟରତ କିରାଣୀ ଜୟନ୍ତ କୁମାର ନାୟକ ଏବଂ ଆମ୍ବୋରୋଳି ସେବା ସମବାୟ ସମିତିର ସମ୍ପାଦକ ରମାକାନ୍ତ ଦାସଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ପୂର୍ବତନ ସମ୍ପାଦକ ତଥା ଡେପୁଟି ଜୋନାଲ ମ୍ୟାନେଜର ଅଶ୍ୱିନୀ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ତଥା ସମବାୟ ବ୍ୟାଙ୍କର ଭଦ୍ରକ ଶାଖା ପରିଚାଳକ ନିର୍ମଳ ଚନ୍ଦ୍ର ସେଠୀ, ସମବାୟ କର୍ମଚାରୀ ସଂଘର ସମ୍ପାଦକ ଅରୁଣ ଉଦୟ ପାତ୍ର, ପୂର୍ବତନ ଜୋନାଲ ଅଫିସର ନିର୍ମଳ ଚନ୍ଦ୍ର ସୂତାର, ପୂର୍ବତନ ସୁପରଭାଇଜର ଗୋପବନ୍ଧୁ ମହଲା, ପ୍ରଭାକର ମହାନ୍ତି, ବ୍ୟାଙ୍କର ହିସାବ ରକ୍ଷକ ତପସ୍ୱିନୀ ପଣ୍ଡା, ସସ୍ମିତା ବଳ, ସ୍ୱପ୍ନା ରାଉତ, ଗୋଲକ ବିହାରୀ ଦାସ ଏବଂ ସମବାୟ ସମିତିର କର୍ମଚାରୀ ଚକ୍ରଧର ନାୟକ, ଗୌରାଙ୍ଗ ନାୟକ, ପ୍ରିୟ ରଂଜନ ମହାନ୍ତି ଅଶୋକ ମିଶ୍ର, ଭାବଗ୍ରାହୀ ପଣ୍ଡା, ବିଷ୍ଣୁ ମୋହନ ଘଡେଇ, ଭରତ ପାତ୍ର, ଭାଗିରଥୀ ସ୍ୱାଇଁ, କିଶୋର ପଣ୍ଡା, ତପନ ନାୟକ ପ୍ରମୁଖ ଉପସ୍ଥିତ ରହି ବିଦାୟକାଳୀନ ବକ୍ତବ୍ୟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

eighteen + seven =