ଗୋରୁ ଗାଡ଼ି ଜବତ , ୬୦ ଗୋରୁ ଉଦ୍ଧାର ।

ଭଦ୍ରକ,(ବସୁନ୍ଧରା) : କଟକରୁ କଲିକତା ବେଆଇନ ଗୋରୁ ଚାଲାଣ ହେଉଥିବା ଏକ ବଡ ଟ୍ରକରେ ଥିବା ୬୦ ଗୋରୁକୁ ପୁଲିସ ଛତାବର ଛକରେ ଜବତ କରିଥିବା ଜଣାଯାଇଛି । ଓଡି ୦୯ ଆର ୭୬୧୧ ନଂ ଟ୍ରକକୁ ଜବତ କରାଯିବା ସହ ଗୋରୁଙ୍କୁ ମଇତାପୁର ଗୋଶାଳାକୁ ପଠାଯାଇଛି । ଏହି ବେଆଇନ ଟ୍ରକ ଚାଳକ ଓ ଟ୍ରକକୁ ସୁରକ୍ଷା ଦେଇ ଆସୁଥିବା ଅନ୍ୟଏକ .ଗାଡି ଖସିଯିବାକୁ ସକ୍ଷମ ହୋଇଥିବା ବେଳେ ଟ୍ରକ ଖଲାସୀ ଶେଖ ବାସାକୁ ଗିରଫ କରାଯାଇଛି । ଏଏସଆଇ ବିଜୟ ନାୟକଙ୍କ ଏତାଲା କ୍ରମେ ଥାନାରେ ୨୩୩/୨୧ନଂ ମାମଲା ଋଜୁ ହୋଇଛି । ଜିଲ୍ଲା ପୁଲିସ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଡାହାଲା ଠାରେ ବେଆଇନ ଗୋରୁଗାଡି ଚେକପୋଷ୍ଟ ସ୍ଥାପନା କରାଯାଇଥିଲା । ମାତ୍ର ଏହି ଚେକ ପୋଷ୍ଟ ଅତିକ୍ରମ କରି ବହୁ ବେଆଇନ ଗୋରୁ ଗାଡି ଓ ସେଗୁଡିକର ସଶସ୍ତ୍ର ଏସକଟ ଗାଡି ନିୟମିତ ଭାବେ ଚଳାଚଳ କରୁଛି । ଥାନା ଅର୍ଥ ଆଦାୟର ଅନ୍ୟତମ ମୁଖ୍ୟ ଉତ୍ସ ଗୋରୁଗାଡି ହୋଇଥିବାରୁ ଚାଲାଣକାରୀମାନେ ପାଣିକୋଇଲି ଚେକଗେଟ ନିକଟରେ ନିୟୋଜିତ ହୋଇଥିବା ଏଜେଣ୍ଟଙ୍କ ମାଧ୍ୟମରେ ଅର୍ଥ ଦେଇ ଖସିଯାଉଛନ୍ତି । ଫଳରେ ଜିଲ୍ଲା ଏସପିଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଫଳ ହେଉଛି ।

Leave A Reply

Your email address will not be published.

7 + one =