ଓଡ଼ିଶା ଷ୍ଟାପ ସିଲେକ୍ସନ କମିସନ ଚାକିରୀ ବିକ୍ରୀ ପ୍ରତିବାଦରେ ବାସୁଦେବପୁର ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ।

ବାସୁଦେବପୁର,(ବସୁନ୍ଧରା) : ଗରିବ ପିଲାଟିଏ ଯୋଗ୍ୟତା ଥାଇ ମଧ୍ୟ ଚାକିରୀ ପାଉ ନାହିଁ , ବାରମ୍ବାର ପରିକ୍ଷା ଦେଇ ମଧ୍ୟ ବିଫଳ ହେଉଛି । କିନ୍ତୁ ଧନି ପିଲାଟିଏ ଯୋଗ୍ୟତା ନ ଥାଇ ମଧ୍ୟ ଲାଞ୍ଚ ଦେଇ ଚାକିରୀ କରୁଛି ଓ ଦୁର୍ନୀତି ରେ ଲିପ୍ତ ରହୁଛି । ଓଡିଶା ଷ୍ଟାପ ସିଲେକ୍ସନ କମିସନ କର୍ମଚାରୀ ବିରଞ୍ଚି ସାହୁ ଙ୍କ ଠାରୁ ଭିଜିଲାନ୍ସ କୋଟି କୋଟି ଟଙ୍କାର ସମ୍ପତି ଠାବ କରିବା ପରେ ଏହି ସମସ୍ତ ବିଷୟ ସାଧାରଣରେ ଚର୍ଚ୍ଚା ଯୋର ଧରିଛି । ଆଜି ବାସୁଦେବପୁର ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ଏହାକୁ ପ୍ରତିବାଦ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା । ଏହି ବିକ୍ଷୋଭରେ ବାସୁଦେବପୁର ଯୁବମୋର୍ଚ୍ଚା ର ସଭାପତି ତାଜୁ ଖାନ ସହିତ ବିଭୂତି ପାଣଗ୍ରାହୀ, ବିଶ୍ଵଜିତ୍ ରାଉଳ, ପିତାମ୍ବର ପାତ୍ର, ମନୋଜ ପାଢ଼ୀ, ସମସୁଦ୍ଦିନ ଖାନ, ସେକ ରାଜୁ, ଜଗବନ୍ଦୁ ଦାସ ସ୍ମୃତି ନାୟକ , କବିନ୍ଦ୍ର ଦସ, ଜୟ ପ୍ରକାଶ ମଲ୍ଲିକ, ରମାକାନ୍ତ ସେଠୀ, ଗୌତମ ବିଶ୍ଵାଳ, ସଙ୍ଗମ ପାଢ଼ୀ, ରାଜେନ୍ଦ୍ର ବାରିକ, ରୂପକ ଦାସ , ପ୍ରମୁଖ ସଦଶ୍ୟ ମାନେ ଯୋଗ ଦେଇ କମିସନଙ୍କ ବିରୋଧି ନାରା ଦେଇଥିଲେ ।

Leave A Reply

Your email address will not be published.

12 − 9 =