ଏନ.ଟି.ପି.ସି ଗଜମରା ଜମିହରା ପ୍ରଜାଙ୍କୁ କ୍ଷତିପୁରାଣ ପାଇଁ ଜିଲ୍ଲାପାଳ ଙ୍କୁ ଦାବିପତ୍ର।

ଢେ଼ଙ୍କାନାଳ,(ବସୁନ୍ଧରା) : ଆଜି ତାଳବରକୋଟ,ମଣିପୁର,ପାତ୍ରଭାଗ ଏବଂ ସିଆରିଆ ଗ୍ରାମର ଅଧିବାସୀ ଗଣ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କର ଦାବି ଉପସ୍ଥାପନ କରିଥିଲେ । ସରକାର ଉପରୋକ୍ତ ଗ୍ରାମ ଗୁଡ଼ିକର ଜମି ଉପରେ ପ୍ରଥମେ ୦୪.୦୩ , ୨୦୧୧ ୪ ( ୧ ) ଲାଗୁକରିଥିଲେ ଏବଂ ଦ୍ବିତୀୟ ଥର ତା ୧ ୨.୦୭.୨୦୧୨ ରୁ ୪ ( ୧ ) ଲାଗୁକରିଛନ୍ତି । ସେହି ଅନୁସାରେ ପ୍ରାୟ ୮୦ପ୍ରତିଶତ ଜମିହରା ପ୍ରଜାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରିଛନ୍ତି । ଯେ ଯେଉଁ ଦିନରୁ ଅର୍ଥାତ ୦୪.୦୩ , ୨୦୧ ୧ ରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୦ ବର୍ଷ ହେଲା ଉକ୍ତ ଜମିଟିକୁ ପଡିଆ ପଡ଼ିଅଛି। ଆମେ ମାନେ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଚାଷୀ ମୂଳିଆ ଲୋକ ଅଟୁ । ଆମ୍ଭ ମାନଙ୍କର ଆର୍ଥିକ ଅବସ୍ଥା ସବଳ ନୁହେଁ । ଯେହେତୁ ଉକ୍ତ ଜମି ଉପରେ ସରକାର ୧୪୪ ( ୧ ) ଲାଗୁ କରିଛନ୍ତି ଆମେ ମାନେ ଅତି ଜରୁରୀ ସମୟରେ ଯଥା ଦେହ ଖରାପ କିମ୍ବା ଝିଅ ପୁଅ ବିଭାଘର ପାଇଁ ଟଙ୍କା ଦରକାର ବେଳ କମିକୁ ବିକ୍ରି କରି ପାରୁନାହାନ୍ତି । ଏଣୁ ପ୍ରାର୍ଥନା କରିଛନ୍ତି କି , ତୁରନ୍ତ ବାକି ରହିଯାଇଥିବା ବଳକା ୨୦ପ୍ରତିଶତ ଜମିହରା ପ୍ରଜାଙ୍କୁ କ୍ଷତିପୁରଣ ଅର୍ଥ ଶ୍ରୀଘ୍ର ପ୍ରଦାନ କରାଗଲେ ସେମାନେ ଚିରାପକୃତ ରହିବେ ।

Leave A Reply

Your email address will not be published.

3 + six =