ଉଚ୍ଚପ୍ରାଥମିକ ସ୍କୁଲ ଖୋଲିବାକୁ ସଜବାଜ ୮ଶ୍ରେଣୀକୁ ୨କୋଠରୀ; କେମିତି ଚାଲିବ ପାଠପଢା।

ଭଦ୍ରକ,(ବସୁନ୍ଧରା) : ଆଇସିଏମ୍‌ଆର ରିମୋର୍ଟ ଅନୁଯାୟୀ ଛୋଟ ପିଲାମାନେ କୋଭିଡ଼ ଆକ୍ରାନ୍ତ କମ୍ ହେଉଛନ୍ତି । ଯାହାକୁ ଭିତ୍ତି କରି ଉଚ୍ଚପ୍ରାଥମିକ ସ୍ଖୁଲ ଖୋଲିବା ସମ୍ଭାବନା ସୃଷ୍ଟି ହୋଇଛି । ଯଦି ସ୍କୁଲ ଖୋଲେ ତେବେ ପାଠପଢା ହେବ କେମିତି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ କାଦବରାଙ୍ଗ ପଂଚାୟତ ଅନ୍ତର୍ଗତ ଭରସିଂହପୁର ସରକାରୀ ଉଚ୍ଚପ୍ରାଥମିକ ମଧ୍ୟଇଂରାଜୀ ବିଦ୍ୟାଳୟ ରେ । ସୂଚନା ଅନୁଯାୟୀ;୧୯୭୧ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଚଳିତ ବର୍ଷ ୬୪ ଜଣଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ବର୍ତ୍ତମାନ ଉକ୍ତ ବିଦ୍ୟାଳୟଟି ନାନାଦି ସମସ୍ୟା ମଧ୍ୟ ଦେଇ ଗତି କରୁଥିବାର ଜଣାପଡ଼ିଛି । ସରକାରଙ୍କ ପ୍ରଦତ୍ତ ନୂତନ ନିୟମ ଅନୁସାରେ ୧୯୨୬ ମସିହାରେ ପ୍ରତିଷ୍ଠିତ ଭରସିଂହପୁର ପ୍ରାଥମିକ ବିଦ୍ୟାଳୟଟିକୁ ଗତ ୨୦୧୮ ନଭେମ୍ବର ୨୬ ତାରିଖରେ ୟୁପିଏମଇ ବିଦ୍ୟାଳୟ ସହିତ ମିଶାଇ ଦିଆଯାଇଥିଲା । ତେବେ ସରକାରଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଉକ୍ତ ୟୁପିଏମଇ ବିଦ୍ୟାଳୟରେ ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବାରୁ ସର୍ବଶିକ୍ଷା ଅଭିଯାନ ଦ୍ୱାରା ନିର୍ମିତ ଦୁଇଟି କୋଠରୀ ୮ଟି ଶ୍ରେଣୀର ପିଲାଙ୍କ ପାଠପଢା ପାଇଁ ଉଦ୍ଧିଷ୍ଟ ଅଛି । ବିଗତ ଦିନରେ ଏହି ସମସ୍ୟା ଯୋଗୁଁ ପିଲାମାନେ ବାରଣ୍ଡାରେ ବସି ପାଠ ପଢୁ ଥିବାର ଦେଖିବାକୁ ମିଳିଛି । ପୂର୍ବରୁ ବିଦ୍ୟାଳୟ ପରିସରରେ ଥିବା ଏକ ପୁରାତନ ଆଜ୍‌ବେସଟସ୍ ଘରେ ପିଲା ପଢୁଥିଲେ । ତେବେ ଗତ ଫଣି ବାତ୍ୟାରେ ରେ ଏହାର ଛାତ ଦବିଯିବାରୁ ଓ ଏହା ପରିସରରେ ବିଷଧର ସାପ ରହୁଥିବାରୁ ଏହା ଶିକ୍ଷା ଉପଯୋଗୀ ହୋଇପାରୁ ନାହିଁ । ସ୍ଥାୟୀ ରୋଷେଇ ଗୃହ ନଥିବାରୁ ବିପଦ ସଂକୁଳ ଆଜ୍‌ବେସଟସ୍ ଗୃହରେ ରୋଷେଇ ହେଉଛି । ହାଇକୋର୍ଟର ନିର୍ଦ୍ଦେଶ ଓ ସରକାରଙ୍କ ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟା ଅନୁଯାୟୀ ନିକଟସ୍ଥ ରାଉତରାଗଡ଼ିଆ ପ୍ରୋଜେକ୍ଟପ୍ରାଇମେରୀ ବିଦ୍ୟାଳୟ ଦୂରତା ଦୃଷ୍ଟିରୁ ଏହି ବିଦ୍ୟାଳୟ ସହ ମିଶିବାର ସମ୍ଭାବନା ସୃଷ୍ଟି ହୋଇଛି । ଯଦି ମିଶିଯାଏ ତେବେ ଉକ୍ତ ବିଦ୍ୟାଳୟର ୪୨ ପିଲା ଓ ଭରସିଂହପୁର ସରକାରୀ ଯୁଜିମଇ ସ୍କୁଲର ୬୪ ପିଲା ଏହିପରି ସମୁଦାୟ ୧୦୬ ପିଲା ୨ଟି କୋଠରୀରେ କିପରି ପଡିବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀଙ୍କ ସହ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.

nine + seven =