ଡେଙ୍ଗୁ ପାଇଁ ଢେଙ୍କାନାଳ ପୌରପାଳିକା ତରଫରୁ ସଚେତନ କାର୍ଯ୍ୟକ୍ରମ।

ଢେ଼ଙ୍କାନାଳ,(ବସୁନ୍ଧରା) :ଢେଙ୍କାନାଳ ପୌରପାଳିକା ତରଫରୁ ଡେଙ୍ଗୁ ରୋଗର ସଚେତନତା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲା ର ସହର ମଧ୍ୟରେ ଡେଙ୍ଗୁ ପାଇଁ ମାଇକ ପ୍ରଚାର ଦ୍ୱାରା ସଚେତନ କରାଯାଇଛି । ସହରର ଡ୍ରେନ ଗୁଡିକରେ ମଶା ତେଲ ସିଞ୍ଚନ କରାଯାଉଛି । ଖୋଲା କୂପ ଗୁଡିକରେ ଵଲୀଚିଂ ପକାଯାଇ ବିଶୋଧନ କରାଯାଉଛି । ଡ୍ରେନ ଗୁଡିକୁ ସଫା କରାଯାଉଛି । ଅବ୍ୟବହୃତ ଟାୟାର ଗୁଡିକୁ ଦୋକାନରୁ ଅଣାଯାଇ ତାକୁ ନଷ୍ଟ କରିଦିଆଯାଉଛି । ସପ୍ତାହକୁ 2ଥର ସହର ମଧ୍ୟରେ ମଶା ଧୂଆଁ ଦିଆଯାଉଛି ।

ଏହିଭଳି ଭାବେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଢେଙ୍କାନାଳ ପୌରପାଳିକା ଦ୍ୱାରା ଗ୍ରହଣ କରାଯାଇଛି ଯାହାଦ୍ୱାରା ଢେଙ୍କାନାଳକୁ ଡେଙ୍ଗୁ ମୁକ୍ତ କରାଯାଇପାରିବ । ଏହି ସମସ୍ତ କାର୍ଯ୍ୟକ୍ରମ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ସାନିଟାଇଜର inspector ସନ୍ତୋଷ କୁମାର ମହାନ୍ତି , incharge officer ବିଭୁତି ଭୂଷଣ ସ୍ୱାଇଁ ଙ୍କ ତତ୍ୱବାଧାନରେ ସମ୍ପାଦିତ କରାଯାଇଥିଲା ।

Leave A Reply

Your email address will not be published.

11 + 17 =