ବୁଲା ଗାଈଗୋରୁଙ୍କୁ ପୌରପାଳିକା ତରଫରୁ ସହରଠୁ ଦୂର କାଞ୍ଜିଆହୁଦାକୁ ସ୍ଥାନନ୍ତରଣ।


ଢେ଼ଙ୍କାନାଳ,(ବସୁନ୍ଧରା) : ଢେଙ୍କାନାଳ ଟାଉନ ହଲ ଠାରେ ଆଜି ଢେଙ୍କାନାଳର ପୌରପାଳିକା ତରଫରୁ କାଓ କ୍ୟାବ ଗାଡ଼ି ଦ୍ୱାରା ୧୭ଟି ଗାଈ କୁ ମହିଷାପାଟ ସ୍ଥିତ କାଞ୍ଜିଆହୁଦା ପଠାଯାଇଥିଲା । ବାରମ୍ବାର ସହରବାସୀ ଙ୍କୁ ଅନୁରୋଧ କଲେ ମଧ୍ୟ ଅମାନିଆ ହୋଇ ନିଜ ଗାଈଗୋରୁଙ୍କୁ ସହରମଧ୍ୟକୁ ଛାଡ଼ିଦେବା ଦ୍ୱାରା ସହରର ରାସ୍ତା ଗୁଡିକ ଜାମ ହେବା ସହ ସମୟ ସମୟେ ଲୋକମାନେ ଦୁର୍ଘଟଣାର ସମ୍ମୁଖିନ ହେଉଛନ୍ତି । ଯାହାଦ୍ୱାରା କି ଗାଈଗୋରୁଙ୍କ ମାଲିକ ମାନଙ୍କୁ ଫାଇନ ବ୍ୟବସ୍ଥା କରାଯାଇଅଛି ।

ଗାଈଗୋରୁଙ୍କ ଖାଇବା ବାବଦକୁ ଖର୍ଚ୍ଚ ହେଉଥିବା ବାବଦକୁ ମାଲିକମାନେ ଦିନକୁ ୧୦୦ ଟଙ୍କା ଲେଖାଏଁ ଜୋରିମାନା ଦେଇ ନିଜ ଗାଈକୁ ମୁକୁଳାଇବା ପାଇଁ ନିୟମ କରାଯାଇଛି । ବଡ଼ ଗାଇପିଛା ୧୦୦୦ ଏବଂ ବାଛୁରୀ ପିଛା ୫୦୦ ଟଙ୍କା ଜୋରିମାନା ମଧ୍ୟ ରଖାଯାଇଛି । ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ , ସାନିଟାଇଜ ଇନ୍ସପେକ୍ତର ସନ୍ତୋଷ କୁମାର ମହାନ୍ତି, incharge officer ବିଭୁତି ଭୂଷଣ ସ୍ୱାଇଁ ଏବଂ ସାନିଟସନ ମୁଖ୍ୟ ସରୋଜ କୁମାର ରାଉତ ଙ୍କ ତତ୍ୱବାଧାନରେ ଏହି କାର୍ଯ୍ୟ ସମ୍ପାଦିତ କରାଯାଇଥିଲା ।

Leave A Reply

Your email address will not be published.

7 − two =