ଏଲଜେପି ର ରାଜ୍ୟ ଉପ ସଭାପତି ହେଲେ ଶିବରାମ ନାୟକ।

ଭବାନୀପାଟଣା,(ବସୁନ୍ଧରା) : ତା ୩୦/୦୭/୨୦୨୧ ରିଖ ସ୍ଥାନୀୟ ହୋଟେଲ ଭେନସ ଠାରେ ଅନୁଷ୍ଠିତ ସଭା ରେ ଶିକ୍ଷାବିତ ତଥା ସମାଜସେବୀ ଶିବରାମ ନାୟକ ଙ୍କୁ ଲୋକ ଜନଶକ୍ତି ପାର୍ଟି ର ରାଜ୍ୟ ଉପସଭାପତି ରୂପେ ରାଜ୍ୟ ସଭାପତି ଡ଼ା ବିରେନ୍ଦ୍ର କୁମାର ବାଗ ଯାଦବ ନିଯୁକ୍ତି ଦେଇଛନ୍ତି। ଠିକ ସେହିପରି ବିଶିଷ୍ଟ ସମାଜସେବୀ ଟିକେଶ୍ୱରୀ ପାଣିଗ୍ରାହୀଙ୍କୁ ରାଜ୍ୟ ମହିଳା ମୋର୍ଚ୍ଚା ର ଉପସଭାପତି ମନୋନୀତ କରାଯାଇଛି। ପାର୍ଟି ସଂଗଠନଙ୍କୁ ମଜବୁତ କରିବା ପାଇଁ କଳାହାଣ୍ଡି ସମେତ ଓଡିଶା ର ସମସ୍ତ ଜିଲ୍ଲା ରେ ସଭାପତି ଗଠନ କରାଯିବ ସହ ଖୁବଶୀଘ୍ର ବ୍ଲକ ଓ ପଞ୍ଚାୟତସ୍ତରୀୟ କମିଟିଗୁଡିକ ଗଠନ କରି ଲୋକ ଜନଶକ୍ତି ପାର୍ଟିକୁ ତୃଣମୂଳ ସ୍ତରରେ ମଜବୁତ କରୁବା ପାଇଁ ରାଜ୍ୟ ସଭାପତି ଡ଼ା ଯାଦବ ଆହ୍ୱାନ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ର ସଭାପତି ରୂପେ ଶିକ୍ଷାବିତ ଯୋଗେଶ୍ୱର ନାଏକ , ଉପସଭାପତି ରୂପେ ସମାଜସେବୀ ଆନନ୍ଦ କୁମାର ପାତ୍ର,ସାଧାରଣ ସମ୍ପାଦକ ରୂପେ ସମାଜସେବୀ ସୁତମ କୁମାର ନାୟକ ଓ ଆଇନଜୀବୀ ଅଜିତ ସେନାପତି ଙ୍କୁ ଜିଲ୍ଲା ଆଇନ ପ୍ରକୋଷ୍ଠ ର ମୁଖ୍ୟ ରୂପେ ନିଯୁକ୍ତି ଦିଆଯାଇଛି। ନର୍ଲା ବ୍ଲକ ପାଇଁ ସଭାପତି ମୋହନ କୁମାର ଭଟ୍ଟ, ଉପସଭାପତି ରୂପେ ଚନ୍ଦ୍ରକାନ୍ତ ମାଝୀ, ସମ୍ପାଦକ ରୂପେ ସମାଜସେବୀ ଦୀପକ କୁମାର ସାହୁ ଙ୍କୁ ମନୋନୀତ କରାଯାଇଛି। ତୁଳରାମ ଖମାରୀ ଧନ୍ୟବାଦ ଦେଇଥିବା ବେଳେ ରାଷ୍ଟ୍ରୀୟଗାନ ସହ ସଭା ସାଙ୍ଗ କରାଯାଇଥିଲା ।
କଳାହାଣ୍ଡି ରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ

Leave A Reply

Your email address will not be published.

twenty + 20 =