ଅଲମ୍ପିକ ଖେଳାଳିମାନଙ୍କୁ ସୋସିଆଲ ମିଡିଆରେ ପ୍ରଂଶସା କରିବା ପାଇଁ ଅନୁରୋଧ

ଭୁବନେଶ୍ୱର( ବସୁନ୍ଧରା) ପ୍ରଧାନମବୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମ ଦେଶବାସୀଙ୍କ ହୃଦୟକୁ ଛୁଇଁ ପାରିଛି । ପ୍ରତ୍ୟେକ
ଦେଶବାସୀ ଆଜି ପ୍ରଧାନମବୀଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତ ଥାନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମବୀ ଶ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ । ଏହା ଦ୍ୱାରା ଅନ୍ୟମାନେ ନି୧⁄୨ିତ ଭାବେ ପ୍ରୋତ୍ସାହିତ ହେବେ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ଦୃଢ ଆଶା ବ୍ୟକ୍ତ କରିଛନ୍ତି ।

ଓଡିଶାର ସଙ୍କଲପୁର ଜିଲ୍ଲା ଜୁଜୁମରା ବ୍ଲକର ଆଦିବାସୀ ଯୁବକ ଇସାକ ମୁଣ୍ଡାଙ୍କୁ ଆଜି ମନ୍ କି ବାତ୍ ରେ ପ୍ରଧାନମବୀ ପ୍ରଂଶସା କରିଛନ୍ତି । ଦିନ ମଜୁରିଆ ଭାବେ କାମ କରୁଥିବା ଇସାକ ଏବେ ୟୁଟୁ୍ୟବରେ ଭିଡିଓ କରି ସ୍ୱାବଲଙ୍କୀ ହୋଇପାରିଛନ୍ତି । ତାଙ୍କର ଏଭଳି ନିଆରା ଚିନ୍ତାଧାରା ଓ କାର୍ଯ୍ୟଶୈଳୀ ପାଇଁ ସେ ଆଜି ଓଡିଶାର ଯୁବପିଢୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ପଖାଳ ଖାଦ୍ୟ ଖାଇବା ଏବଂ ଗ୍ରାମୀଣ ଜୀବନ ଶୈଳୀକୁ ଭିଡିଓ କରି ସମସ୍ତଙ୍କ ପାଖରେ ପହଂଚାଇବାରେ ସେ ସଫଳ ହୋଇପାରିଛନ୍ତି । ଏହା ଆତ୍ମ ନିର୍ଭର ଭାରତର ଏକ ଜ୍ୱଳନ୍ତ ଉଦାହରଣ । ଦୃଢ ଇଚ୍ଛା ଶକ୍ତିଥିଲେ ସବୁ ସମ୍ଭବ ହୋଇପାରେ ବୋଲି ମନ୍ କି ବାତ୍ ଶୁଣିବା ପରେ ଶ୍ରୀ ମହାନ୍ତି କହିଛନ୍ତି ।
ପ୍ରଧାନମବୀଙ୍କ ଆହ୍ୱାନ କ୍ରମେ ଅଲମ୍ପିକ ଖେଳାଳିମାନଙ୍କୁ ସୋସିଆଲ ମିଡିଆରେ ପ୍ରଂଶସା କରିବା ପାଇଁ ଶ୍ରୀ ମହାନ୍ତି ଓଡିଶାର ଯୁବପିଢୀଙ୍କୁ ପରାମର୍ଶ ଦେଇଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଭୁବନେଶ୍ୱରର ୪୧ ନଙ୍କର ୱାର୍ଡ ଉକ୍ରଳ ଦୃଷ୍ଟିହୀନ ସଂଘ ଠାରେ ପ୍ରଧାନମବୀଙ୍କ ମନ୍ କି ବାତ୍କା ର୍ଯ୍ୟକ୍ରମ ଶୁଣିଥିଲେ । ଏହି ଅବସରରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ ଆଚାର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡଜେନାଙ୍କ ସମେତ ଦଳୀୟ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନମବୀଙ୍କ ୭୯ ତମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ରାଜ୍ୟର ବିଭିନ୍ନ ଅଂଚଳରେ ଦଳର ବରିଷ୍ଠ ନେତୃବୃନ୍ଦ, ପଦାଧିକାରୀ ଏବଂ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ରହି ଶୁଣିଥିଲେ ।

Leave A Reply

Your email address will not be published.

three + eighteen =