ଯଶୋବନ୍ତ ରଣା ଙ୍କ ଟ୍ୱିଟ ପରେ ୩ ଅନାଥ ଶିଶୁ ପାଇଲେ ସରକାରୀ ସହାୟତା।

ଭଦ୍ରକ, (ବସୁନ୍ଧରା) : କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମ ରେ “ଅଟୋ ଚାଲକଙ୍କ ଦେହାନ୍ତ ପରେ ଅନାଥ ହୋଇଗଲେ ୩ ଶିଶୁ” ଖବର ପ୍ରକାଶିତ ହୋଇଥିଲା । ଏହି ଖବର କୁ ପଢି କଳାହାଣ୍ଡି ର ଯୁବ ସମାଜସେବୀ ଯଶୋବନ୍ତ ରଣା ଭଦ୍ରକ ଜିଲ୍ଲାପାଳ, ମହିଳା ଓ ଶିଶୁ ବିକାଶ ବିଭାଗ, ଭଦ୍ରକ ଶିଶୁ ସୁରକ୍ଷା ୟୁନିଟ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୂଚନା ପାଇ ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏହାର ତଦନ୍ତ କରି ସମସ୍ତ ଶିଶୁ ଙ୍କୁ ସରକାରୀ ସହାୟତା ଦେବାପାଇଁ ପ୍ରତିଶୃତି ଦେଇଥିଲେ । ଶେଷରେ ତିହିଡି ବିଡ଼ିଓ ଙ୍କ ଅନୁରୋଧ କ୍ରମେ ଉପଜିଲ୍ଲାପାଳ ୩ ଜଣ ଶିଶୁ କଳ୍ପନା ନାଥ, ଅଞ୍ଜନା ନାଥ ଓ ଜଗନ୍ନାଥ ନାଥ ଙ୍କ ନାଁ ରେ ମଧୁବାବୁ ପେନସନ ଯୋଜନାରେ ସାମିଲ କରି ପ୍ରତିମାସରେ ଜଣଙ୍କ ପିଛା ୫00/- ଟଙ୍କା ମଂଜୁର କରିଛନ୍ତି ।
ପ୍ରକାଶ ଥାଉକି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚଳ ପଞ୍ଚାୟତ ନନ୍ଦପୁର ଗାଁ ର ଶୁକଦେବ ନାଥ ଜଣେ ଅଟୋ ଡ୍ରାଇଭର । ଗତବର୍ଷ ତାଙ୍କ ସ୍ତ୍ରୀ ଙ୍କ କରୋନା ରେ ଦେହାନ୍ତ ହେବାପରେ ସେ ହିଁ ୩ ଛୁଆଙ୍କୁ ପୋଷୁଥିଲେ । ସେ ଅଟୋ ଚଳାଇ ଯାହା ରାଜଗାର କରୁଥିଲେ ସେତିକିରେ ପରିବାର ଚଳି ଯାଉଥିଲା । କିନ୍ତୁ କିଛିଦିନ ତଳେ ତାଙ୍କୁ ହଠାତ ଥଣ୍ଡା ଜ୍ୱର ଆଉ କାଶ ହେବାରୁ ଡାକ୍ତରୀ ପରୀକ୍ଷା ପରେ କରୋନା ପୋସିଟିଭ ବାହାରିଲା । ଭଦ୍ରକ ମେଡିକାଲ ନେଲାପରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ଦେହାନ୍ତ ହୋଇଗଲା । ପ୍ରଥମ ଲହରରେ ମାଁ ଓ ଦ୍ୱିତୀୟ ଲହରରେ ପିତାଙ୍କୁ ହରାଇ ୩ ଭାଇ ଭଉଣୀ ଦେଖୁ ଦେଖୁ ଅନାଥ ହୋଇଗଲେ । ଏହି ସମସ୍ୟା କୁ କଳାହାଣ୍ଡି ର ଯୁବ ସମାଜସେବି ଯଶୋବନ୍ତ ରଣା ଟ୍ୱିଟର ଯୋଗେ ଭଦ୍ରକ ଜିଲ୍ଲାପାଳ ଙ୍କୁ ଜଣେଇଲାପରେ ୩ ଶିଶୁଙ୍କୁ ମାସିକ ଭତ୍ତା ର ବ୍ୟବସ୍ତା କରିଛନ୍ତି । ସେହିପରି ତାଙ୍କୁ ମାସିକ ରାସନ ମଧ୍ୟ ମିଳିବ ବୋଲି ଉତ୍ତର ରଖିଛନ୍ତି । ଏହି ଅସହାୟ ଶିଶୁ ମାନଙ୍କୁ ସରକାରୀ ସୁବିଧା ମିଳିଥିବାରୁ ଗ୍ରାମବାସୀ ଖୁସି ହୋଇ ଯୁବ ସମାଜସେବୀ ଯଶୋବନ୍ତ ରଣା ଏହି ପ୍ରୟାସ କୁ ସାଧୁବାଦ ଜଣେଇଛନ୍ତି ।

Leave A Reply

Your email address will not be published.

eighteen − three =