ଯଶୋବନ୍ତ ରଣା ଙ୍କ ହସ୍ତକ୍ଷେପ ପରେ ଯମୁନା ଖିଲ ପାଇଲେ ସରକାରୀ ସହାୟତା।

କୋରାପୁଟ,(ବସୁନ୍ଧରା) : କୋରାପୁଟ ସହର ର ଉପକଣ୍ଠ ଟିକିରା ସାହି ମୁତ୍ୟୁlଲମ୍ବା ମନ୍ଦିର ନିକଟରେ ରୁହନ୍ତି ଯମୁନା ଖିଲ । ପରଘରେ ବାସନ ମାଜିଲେ ତାଙ୍କର ପରିବାର ଚଲେ ନଚେତ ଭୋକ ଉପାସରେ ରହୁଥିଲେ ।କିନ୍ତୁ ତାଙ୍କୁ ପାରାଲେସ୍ସ ହେବା ଦିନରୁ ତାଙ୍କର ଗୋଡ଼ ଓ ହାତ ଚାଲୁ ନାହିଁ । ତାଙ୍କର ପରିବାର ବହୁତ ବାଧା ବିଘ୍ନ ଦେଇ ଗତି କରୁଛନ୍ତି। ତାଙ୍କର ସ୍ୱାମୀ ଙ୍କ ଦେହାନ୍ତ ଗତ ଚାରି ମାସ ତଳେ ହୋଇଥିଲା । ତାଙ୍କର ୨ ପୁଅ ଓ ୨ ଝିଅ ।ବଡ ଝିଅ ଦଶମ ଶ୍ରେଣୀରେ ପଡୁଥିଲା ବେଳେ ଆଉ ଜଣେ ଝିଅ ଚତୁର୍ଥ ରେ ପଡୁଛି । ପୁଅ ଙ୍କ ଭିତରୁ ଜଣେ ଷଷ୍ଠ ରେ ପଡୁଥିଲାବେଳେ ଆଉ ଜଣେ ଦ୍ୱିତୀୟ ରେ ପଡୁଛି । ଏହି ପରିବାର ପାଖରେ ଖାଇବା ଓ ରହିବାର ବହୁତ ଅସୁବିଧା ଥିଲା । ଲୋକେ ଯାହା ଦେଲେ ତାହା ସେମାନେ ଖାଉଥିଲେ ନଚେତ ଭୋକ ଉପାସରେ ମଧ୍ୟ ରହୁଥିଲେ ।ଦିନ ଏମିତି ଥିଲା ଲୋକେ ତରକାରୀ କିମ୍ବା ତେଲ, ଲୁଣ ଦେଲେ ସେମାନେ ରୋଷେଇ କରି ଖାଉଥିଲେ ।ଏହି ଖବର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ହେବାପରେ ଏହି ସମସ୍ୟା କୁ କଳାହାଣ୍ଡି ର ଯୁବ ସମାଜସେବୀ ଯଶୋବନ୍ତ ରଣା କୋରାପୁଟ ଜିଲ୍ଲାପାଳ, ମହିଳା ଓ ଶିଶୁ ବିଭାଗ, କୋରାପୁଟ ମୁନିସିପାଲିଟି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଖବର ପାଇ କୋରାପୁଟ ମୁନିସିପାଲିଟି ପହଂଚି ଏହି ଖବର ର ସତ୍ୟତା ଯାଞ୍ଚ କରିଥିଲେ । ପରେ ମୁନିସିପାଲିଟି ତରଫ ଏହି ପରିବାରକୁ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ ।ପରେ ପରେ କୋରାପୁଟ ର ବିଭିନ୍ନ ସଂଗଠନ ମଧ୍ୟ ଏହି ପରିବାର କୁ ଆର୍ଥିକ ସହାୟତା ସହ ରାସନ ସାମଗ୍ରୀ ଯୋଗାଇଥିଲେ । କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ୨0, 000 ହଜାର ଟଙ୍କା ଆର୍ଥିକ ସହାୟତା ମଧ୍ୟ କରିଛନ୍ତି । ସେମାନେ ଆର୍ଥିକ ସହାୟତା ସହ ରାସନ ସାମଗ୍ରୀ ପାଇଥିବାରୁ ଖୁସି ହୋଇ କଳାହାଣ୍ଡି ର ଯୁବ ସମାଜସେବି ଯଶୋବନ୍ତ ରଣା ଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଶଂସା କରିଛନ୍ତି ।
କଳାହାଣ୍ଡି ରୁ ରଞ୍ଜନ କୁମାର ସାହୁ ଙ୍କ ରିପୋର୍ଟ

Leave A Reply

Your email address will not be published.

18 + nineteen =