୧୭୫ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ।


ଭଦ୍ରକ,(ବସୁନ୍ଧରା) : କଟକ କେନ୍ଦ୍ରାଞ୍ଚଳ ଅବକାରୀ ପୋଲିସକୁ ମିଳିଲା ସଫଳତା । ଭଦ୍ରକ ଗୁଆମାଳ ଠାରେ ବ୍ରାଉନ ସୁଗାର ବେପାର ହେଉଥିବା ବେଳେ ୧୭୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିବା ସହ ଗୋଟିଏ ବାଇକକୁ ଜବତ କରାଯାଇଛି । ବାଇକରେ ବ୍ରାଉନ ସୁଗାର ବେପାର କରିବାକୁ ନେଇ ଯାଉଥିବା ସମୟରେ, ଆଜି କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଗୁଆମାଳ ଶିବ ମନ୍ଦିର ଠାରେ ତପନ କୁମାର ବେହେରା ନାମକ ଯୁବକଙ୍କୁ ସନ୍ଦେହ ଅବସ୍ଥାରେ ପଚରା ଉଚୁରା କରିବା ପରେ ତାକୁ ଯାଞ୍ଚ କରିଥିଲେ । ଯାଞ୍ଚ ସମୟରେ ଯୁବକଙ୍କ ନିକଟରୁ ବିପୁଳ ପରିମାଣରେ ବ୍ରାଉନ ସୁଗାର ଜବତ ହୋଇଥିଲା । ଜବତ ହୋଇଥିବା ୧୭୫ଗ୍ରାମ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ବୋଲି କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.