ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦସ୍ତଖତ ସଂଗ୍ରହ ଅଭିଯାନ।

ଭଦ୍ରକ,(ବସୁନ୍ଧରା) : ପେଟ୍ରୋଲ, ଡିଜେଲ, ଗ୍ୟାସ ଭଳି ଅତ୍ୟାବଶ୍ୟକୀୟ ଇନ୍ଧନର ଅହେତୁକ ଦର ବୃଦ୍ଧି ବିରୋଧରେ କଂଗ୍ରେସ ପକ୍ଷରୁ ବିଭିନ୍ନ ପ୍ରେଟ୍ରୋଲ ପମ୍ପରୁ ଇନ୍ଧନ ଗ୍ରହୀତାଙ୍କ ଠାରୁ ସୋମବାର ଦସ୍ତଖତ ସଂଗ୍ରହ ଅଭିଯାନ କରାଯାଇ ଦରବୃଦ୍ଧି ବିରୋଧରେ ଜନସଚେତନତା ସୃଷ୍ଟି କରାଯାଇଥିଲା । ଭଣ୍ଡାରିପୋଖରୀ ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ବରିଷ୍ଠ ନେତା ଗୋଲକ ଚନ୍ଦ୍ର ବେହେରା, ଯୁବ କଂଗ୍ରେସ ସଭାପତି ବିଜୟ ଶଙ୍କର ମହାନ୍ତି ପ୍ରମୁଖଙ୍କ ନେତୃତ୍ୱରେ ବହୁ ନେତା ଓ କର୍ମୀମାନେ ଶହ ଶହ ସ୍ୱାକ୍ଷର ସଂଗ୍ରହ କରିବା ସହ ଏହାର ପ୍ରତିବାଦ କରିବାକୁ ପ୍ରବର୍ତ୍ତାଇଥିଲେ । କଂଗ୍ରେସ ପକ୍ଷରୁ ତୈଳର କ୍ରୟ ମୂଲ୍ୟ ଓ ଏହା ଉପରେ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ନେଉଥିବା ଟ୍ୟାକ୍ସର ଏକ ଚାର୍ଟ ପ୍ରଦର୍ଶନ କରିଥିଲେ । କେବଳ ଲୋକଙ୍କୁ ଶୋଷଣ କରାଯାଉଥିବା ଓ ଏହା ଦ୍ୱାରା ଗରିବ, ମଧ୍ୟବିତ୍ତ ଶ୍ରେଣୀର ଜନସାଧାରଣ ହନ୍ତସନ୍ତ ହେଉଥିବାରୁ ଦଳ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଥିଲା । ଏଭଳି ଦରବୃଦ୍ଧି ପ୍ରଭାବରେ ଉଭୟ ସରକାରର ପତନ ହେବ ବୋଲି ଦଳ ପକ୍ଷରୁ ଚେତାଇ ଦିଆଯାଇଥିଲା । ଏହା ସହ କେନ୍ଦ୍ରରେ କଂଗ୍ରେସ ସରକାର ସମୟରେ ପେଟ୍ରୋଲ ଦର ଥିବା ୭୫ଟଙ୍କା ମୂଲ୍ୟରେ ଏକ ଲିଟର ପେଟ୍ରୋଲ ବିକ୍ରୟ କରାଯାଇଥିଲା ।

Leave A Reply

Your email address will not be published.

five × 3 =