ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବାବେଳେ ପୋଲିସକୁ ଆକ୍ରମଣ କରି ୬ଗିରଫ।

ଭଦ୍ରକ,(ବସୁନ୍ଧରା) :ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ପୋଲସକୁ ଆକ୍ରମଣ ଶିକାର ହେବାକୁ ପଡିଛି।ସୂଚନା ଅନୂଯାୟୀ ଶନିବାର ସଂନ୍ଧ୍ୟା ସମୟରେ ଏକ ଅପହରଣ ଘଟଣାରେ ନାୟକାଣିଡିହି ପୋଲିସ ବାଲିମେଦ ଛକରେ ଧରିବାକୁ ଚେଷ୍ଟା କରୁଥିବା ବେଳେ ଚମ୍ପଟ ମାରି ପଳାଇଥିଲେ।ପୋଲିସ ସେମାନଙ୍କ ପିଛା କରି ଜୟକୃଷ୍ଣପୁର ଛକରେ ପୋଲିସ ଧରିବା ବେଳେ ଏ.ଏସ.ଆଇ ଦୀଲିପ କୁମାର ଦେହୁରୀଙ୍କୁ ଧକ୍କା ମାରିବା ସହ ମାଡ ମାରି ଖସିଯିବା ବେଳେ ଘଟଣାସ୍ଥଳରେ ଏସ.ଆଇ ନିରୋଦ ମଲିକ ସମେତ ନାୟକାଣିଡିହି ପୋଲିସ କର୍ମଚାରୀ ପହଞ୍ଚି ଅଭିଯୁକ୍ତ ମାନଙ୍କୁ କାବୁକରି ଥାନାକୁ ଆଣିଥିଲେ।୧୮୭/୨୧ ମାମଲା ରୁଜ୍ଜୁ କରି ଦାମୋଦରପୁର ଗ୍ରାମର ବିକ୍ରମ ବିଶ୍ୱାଳ,ଦୀପକ ବିଶ୍ୱାଳ,ସାଗର ବାରିକ,ଜିତେନ୍ଦ୍ର ବିଶ୍ୱାଳ,ନରେନ ବିଶ୍ୱାଳ,ଜଗନ୍ନାଥପୁର ଗ୍ରାମର ରୁଦ୍ରନାରାୟଣ ନାୟକଙ୍କୁ ରବିବାର କୋର୍ଟଚାଲାଣ କରିଛି।

Leave A Reply

Your email address will not be published.