ଅପହରଣ ପରେ ହତ୍ୟା ଅଭିଯୋଗରେ ସ୍ବାମୀ ଏବଂ ଶ୍ୱଶୁର ଥାନାରେ ଅଟକ।

ଭଦ୍ରକ,(ବସୁନ୍ଧରା) :ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜାଗୁଳା ପଞ୍ଚାୟତ ଅନ୍ତର୍ଗତ ଜାଗୁଳା ଗ୍ରାମର ଅଜି ଲେଙ୍କାଙ୍କ ପୁଅ ସୁରେଶ ଲେଙ୍କା ଧାମରା ପଞ୍ଚାୟତ ଧାମରା ଗାଁର କରବୀର ମାଝୀଙ୍କ ଝିଅ ସୀମା ମାଝୀଙ୍କୁ ବୟସ 14 ବର୍ଷ ନେଇ ଫେରାର ହୋଇଯାଇଥିଲେ। ସେତେବେଳେ ସୀମା ନବମ ଶ୍ରେଣୀରେ ପାଠ ପଢ଼ୁଥିଲେ। ଫେରାର ହୋଇଯିବା ଜାଣିବା ପରେ ସୀମା ମାଝୀଙ୍କ ବାପା କରବୀର ମାଝୀ ଧାମରା ଥାନାରେ ଝିଅକୁ ଅପହରଣ କରିନେଇ ଯାଇଥିବା ସୁରେଶଙ୍କ ନାଁରେ କେସ୍ କରିଥିଲେ। କିଛିଦିନ ପରେ ଧାମରା ପୋଲିସ ରେଜିଷ୍ଟର ହୋଇଥିବା କେସ ନମ୍ବର ୩୮/୨୧ ଅନୁଯାୟୀ ଶୁରେଶ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ଝିଅର ବୟସ ୧୮ ବର୍ଷ ହେଲା ପରେ ସେ ପୁଅ ଝିଅକୁ ବିବାହ କରିପାରିବ। କିନ୍ତୁ ସୁରେଶ କୋର୍ଟର ନିର୍ଦ୍ଦେଶ କୁ ଅବମାନନା କରି ଜୋର ଜବରଦସ୍ତ ଝିଅକୁ ନେଇ ତିନି ରୁ ଚାରି ମାସ ପାଖରେ ରଖିବା ପରେ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଝିଅର ବାପା। ସୀମାର ବାପାଙ୍କ କହିବା ଅନୁଯାୟୀ ଝିଅକୁ ବହୁତ ନିର୍ଯ୍ୟାତନା ଦେଉଥିଲେ। ଝିଅକୁ ବାପଘରୁ ସୁନା ଚେନ, ମୁଦି, ନଗଦ ଅର୍ଥ ଏବଂ ଆସବାବପତ୍ର ଇତ୍ୟାଦି ଯୌତୁକ ଆଣିବା ପାଇଁ ବାଧ୍ୟ କରାଯାଉଥିଲା । ତେବେ ଝିଅ ଏବିଷୟରେ ଘରେ ବାପା ମା ଙ୍କୁ ଜଣାଉଥିଲେ। କିନ୍ତୁ ଝିଅର ବାପା ଅଭାବ ଯୋଗୁଁ ଯୌତୁକ ଦେବାରେ ଅସମର୍ଥ ହୋଇଥିଲେ। କରବୀର ମାଝୀ ଶ୍ୱଶୁର ଘର ଲୋକଙ୍କୁ କିଛିଦିନ ସମୟ ମଧ୍ୟ ମାଗିଥିଲେ କିନ୍ତୁ ଶଶୁର ଘର ଲୋକେ କିଛି ବୁଝିନଥିଲେ। ୧୪ ତାରିଖ ବୁଧବାର ଦିନ ଝିଅର ମୁହଁକୁ ତକିଆରେ ମାଡ଼ିବସି ହତ୍ୟା କରି ଫ୍ୟାନ ରେ ଟାଙ୍ଗି ଦେଇଛନ୍ତି ବୋଲି ଧାମରା ମେରାଇନ ଥାନାରେ ଅଭିଯୋଗ କରିଥିଲେ ଝିଅର ବାପା। ମେରାଇନ ପୋଲିସ କେସ ନମ୍ବର ୧୫/୨୧ ଅନୁଯାୟୀ ତୁରନ୍ତ ଦୁଇ ଅଭିଯୁକ୍ତ ସ୍ୱାମୀ ସୁରେଶ ଲେଙ୍କା ଏବଂ ଶ୍ୱଶୁର ଅଜି ଲେଙ୍କା ଙ୍କୁ ଗିରଫ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଦେଇଥିଲେ। ଚାନ୍ଦବାଲି ଏସ.ଡ଼ି.ପି.ଓ ଙ୍କୁ ଘଟଣା ବିଷୟରେ ପଚାରିବାରୁ ” ତଦନ୍ତ ଚାଲିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

Leave A Reply

Your email address will not be published.

nine + twenty =