ରେଡକ୍ରସ୍ ସୋସାଇଟି ଓ କମିସନରେଟ୍ ପୋଲିସ୍ ମିଳିତ ଉଦ୍ୟମରେ ଓଏସଏପି ସପ୍ତମ ବାଟାଲିଅନ୍ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ।

ଭୁବନେଶ୍ୱର,(ବସୁନ୍ଧରା): ଓଏସଏପି ସପ୍ତମ ବାଟାଲିଅନ୍ ଭୁବନେଶ୍ୱରରେ ଜୀବନ ଆଲୋକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଆଞ୍ଚଳିକ ରେଡକ୍ରସ୍ ସୋସାଇଟି ଓ କମିସନରେଟ୍ ପୋଲିସ୍ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରକୁ ପୋଲିସ୍ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଉଦ୍ଘାଟନ କରିବା ସହ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ଓ ବ୍ୟାଜ୍ ପ୍ରଦାନ କରିଥିଲେ ।

ଡିସିପି ବିଜୟ କୁମାର ସାହୁ, ଶିବିର ସଂଯୋଜକ ଏସିପି ଲଳିତେନ୍ଦୁ ମହାନ୍ତି, ଏସିପି ହେମନ୍ତ ଦାସ, ଡାକ୍ତର କଲ୍ୟାଣ ସରକାର, ସୁବେଦାର ପ୍ରଶାନ୍ତ ସାହୁ, ସିପାହୀ ହାବିଲଦାର ଶାଖା ସଂଘର କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

one × four =