ଜନ୍ମ ମାଟିରେ ବିଶିଷ୍ଟ ମଂଚ କଳାକାର ପ୍ରେମାନନ୍ଦ ବେହେରାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି।

କଟକ,(ବସୁନ୍ଧରା): କଟକ ସଦର ବୟାଳିଶମୌଜ଼ା ବରାଳ ଗ୍ରାମର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ମଂଚ କଳାକାର ପ୍ରେମାନନ୍ଦ ବେହେରା(୬୨)ଙ୍କ କର୍କଟ ରୋଗରେ ଆକ୍ରାନ୍ତହୋଇ ବାସଭବନରେ ପରଲୋକ ଘଟିଛି । ଦକ୍ଷ ସଂଗଠକ,ସୁଲେଖକ ସ୍ୱର୍ଗତ ବେହେରାଙ୍କ ବିୟୋଗରେ ବିଭିନ୍ନ ସଂଗଠନ ବରାଳ ମା ନାରାୟଣୀ କାଳୀପୂଜା କମିଟି,ବରାଳ ମା ନାରାୟଣୀ ଡ୍ରାମାଟିକ କ୍ଲବ,ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ-ଓଡ଼ିଶା,ସରସ୍ବତୀ କଳା ପରିଷଦ କନ୍ଦରପୁର,ଉତ୍କଳ ବିକାଶ ପରିଷଦ କଟକ ସଦର,ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପଟଣା,ନେତାଜୀ ସୁବାଷ ସ୍ମୃତି ପରିଷଦ ବରାଳ,ମୁହାଁଣ ସାହିତ୍ୟ ସଂସଦ-ମୁମ୍ବାଇ ପକ୍ଷରୁ ତଥା ସ୍ଥାନୀୟ ଗ୍ରାମବାସୀବୃନ୍ଦ ଶୋକ ପ୍ରକାଶ କରିବାସହ ଅମର ଆତ୍ମାର ସଦଗତି ପାର୍ଥନା କରିଛନ୍ତି । ସୂଚନାଯୋଗ୍ୟ ସ୍ୱର୍ଗତ ପ୍ରେମାନନ୍ଦ ବେହେରା ବରାଳ ଗ୍ରାମର ନାଟ୍ୟ ଜଗତକୁ ସୁଦୂର ପ୍ରସାରୀ କରାଇବା,କଳାକାର ସୃଷ୍ଟି କରିବାସହ ସଦର ଅଞ୍ଚଳର ବହୁ ସାଂସ୍କୃତିକ ସଂଗଠନ ଏବଂ ରାମଲୀଳା ସମିତିର ଉପଦେଷ୍ଟା ଭାବେ କାର୍ଯ୍ୟକରି କଳା,ସାହିତ୍ୟ ଓ ସଂକୃତିର ବିକାଶ ଦିଗରେ ନିଜର ସାଧନା ଜାରିରଖି ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ।

Leave A Reply

Your email address will not be published.