ଜୟଦେବନିର୍ବାଚନ ମଣ୍ଡଳୀ ସାଂସଦଙ୍କ ପ୍ରତିନିଧି ଭାବେ ନିଯୁକ୍ତ ହେଲେ ତାପସ ଜେନା

ବାଲିଅନ୍ତା,(ବସୁନ୍ଧରା) : ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜୟଦେବ ନିର୍ବାଚନ ମଣ୍ଡଳୀ ସ୍ତରରେ ନୂତନ ପ୍ରତିନିଧି ଭାବେ ତାପସ ଜେନାଙ୍କୁ ଦାୟିତ୍ଵ ପ୍ରଦାନ କରିଛନ୍ତି। ଜୟଦେବ ପଞ୍ଚାୟତାର ମହୁଖଣ୍ଡା ଗ୍ରାମର ତାପସ ଜେନା ଦୀର୍ଘ ଦିନ ଧରି ବିଜେପି ଦଳରେ ଭଲ କର୍ମୀ ଭାବେ ଦୁଇଗୋଟି ବ୍ଳକ ଅଞ୍ଚଳରେ ଲୋକମାନଙ୍କର ଦୁଃଖ ଓ ସୁଖ ରେ ରହି କାମ କରୁଛନ୍ତି । ତାଙ୍କର କାମ କୁ ଦେଖି ଆଜି ସାଂସଦ ତାଙ୍କ ଉପରେ ଗୁରୁ ଦାୟିତ୍ଵ ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଦଳର ସମସ୍ତ କାର୍ଯ୍ୟ ଲୋକମାନଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିକାମ କରିବେ ବୋଲି ତାପସ ଜେନା କହିଛନ୍ତି ।

Leave A Reply

Your email address will not be published.