ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ବ୍ୟାପକ ଦୁର୍ନିତି ଅଭିଯୋଗରେ ବିଜେପି ପକ୍ଷରୁ ବିକ୍ଷୋଭ ।

ଭଦ୍ରକ,(ବସୁନ୍ଧରା): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ବାସଗୃହ ଆବଣ୍ଟନ ପ୍ରସଙ୍ଗରେ ଓଡିଶା ଆସିଥିବା କେନ୍ଦ୍ରୀୟ ଟିମର ତଦନ୍ତ ରିପୋର୍ଟ ଅନୁଯାୟୀ ମହାଦୁର୍ନୀତି ହୋଇଥିବା ଅଭିଯୋଗ କରି ସାରା ରାଜ୍ୟରେ ତିନି ଦିନ ଧରି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ସୂଚନା ଅନୁସାରେ ଆବାସ ଘର ବଣ୍ଟନରେ ଅନିୟମିତତା ହେବା ସହ ପାଖାପାଖି ଏକ ହଜାର କୋଟି ଟଙ୍କାର ବାଟମାରଣା ହୋଇଛି। ରାଜ୍ୟରେ ଜଣେ ହେଲେ ଯୋଗ୍ଯ ହିତାଧିକାରୀ ଯେପରି ବାସଗୃହ ପାଇବାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ରାଜ୍ୟ ବିଜେପି ତରଫରୁ ତିନି ଦିନ ଧରି ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ପ୍ରଦର୍ଶନ କରାଯାଇ ରାଜ୍ୟପାଳଙ୍କ ଉଦ୍ୟଶ୍ୟରେ ବିଡ଼ିଓଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଉଛି।

ରାଜ୍ୟ ବିଜେପିର ନିର୍ଦେଶ କ୍ରମେ ଗୁରୁବାର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ କାର୍ଯ୍ଯାଳୟ ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ସହ ଏହାର ପ୍ରତିବାଦ କରାଯାଇଥିଲା।ସ୍ଥାନୀୟ ୟୁକୋ ବ୍ୟାଙ୍କ ପାଖରୁ ଏକ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳରେ ପହଁଚି ପ୍ରତିବାଦ ସଭାପରେ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିପିଓଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ। ଯୋଗ୍ଯ ହିତାଧିକାରୀଙ୍କ ଗୋଟିଏ ଗୋଟିଏ ପରିବାରରେ ଏକାଧିକ ଅଯଥା ଅନୁକମ୍ପା ପ୍ରଦର୍ଶନ, ଗୁହାଳକୁ କଚ୍ଚା ଘର ଭାବେ ଜିଓ ଟ୍ଯାଗିଂ କରାଯାଇ ବାସଗୃହ ଆବଣ୍ଟନ କରାଯାଇଛି । ପି ଏମ୍ ଆବାସ ଯୋଜନାର ପାଣ୍ଠିକୁ ଅନ୍ଯ କାହାକୁ ହସ୍ତାନ୍ତର କରିବା ପାଇଁ ପ୍ରକୃତ ହିତାଧିକାରୀଙ୍କ ବ୍ଯାଙ୍କ ନମ୍ବରକୁ ପରିବର୍ତ୍ତନ କରାଯାଇଛି ।। ରାଜ୍ୟରେ ଯୋଗ୍ଯ ହିତାଧିକାରୀଙ୍କୁ ପକ୍କା ଘର ଖଣ୍ଡେ ନ ମିଳିବା ପର୍ଯ୍ୟନ୍ତ ବିଜେପି ଲଢେଇ ଜାରି ରଖିବ ବୋଲି କହିଛନ୍ତି ବିଜେପିର ଯୁବ ନେତା ଉଦୟନାରାୟଣ ମଲ୍ଲିକ।ବିଜେପି ବିଧାୟକ ପ୍ରାର୍ଥୀ ମାଧବାନନ୍ଦ ମଲ୍ଲିକ,ଯୁବନେତା ଉଦୟ ନାରାୟଣ ମଲ୍ଲିକ,ମହେଶ୍ୱର ଧଳ,ରାଜେନ୍ଦ୍ର ବାରିକ୍ ସମେତ ବହୁ ବରିଷ୍ଠ ବିଜେପି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

13 + 20 =