ଏରେଇଁରେ ଖୁବ୍‌ଶୀଘ୍ର ଆରମ୍ଭ ହେବ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟ।

ଭଦ୍ରକ,(ବସୁନ୍ଧରା) : ରାଜ୍ୟ ସରକାର ସର୍ବଦା ଗ୍ରାମାଞ୍ଚଳ ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ନେଇ ବିଭିନ୍ନ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କରିଆସୁଛନ୍ତି । ଏହି ଲକ୍ଷ୍ୟରେ ଭଦ୍ରକ ବ୍ଲକ୍ ଏରେଇଁ ପଂଚାୟତରେ ପଂଚାୟତବାସୀଙ୍କୁ ସ୍ୱାସ୍ଥ୍ୟଗତ ସୁବିଧା ଯୋଗାଇବା ଲକ୍ଷ୍ୟରେ ସ୍ଥାନୀୟ କାଳୀପଡିଆ ନିକଟରେ ଏକ ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି । ଏବଂ ଏଥିନେଇ ସ୍ଥାନ ଚିହ୍ନଟ ହୋଇଥିବାବେଳେ ଆଜି ବିଧାୟକ ଶ୍ରୀ ମଲ୍ଲିକ କ୍ଷେତ୍ର ପରିଦର୍ଶନ କରି ସ୍ଥାନୀୟ ଜନ ପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସବିଶେଷ ଆଲୋଚନା କରିଛନ୍ତି । ଏହି ସ୍ଥାନ ପରିଦର୍ଶନ କାଳରେ ଏରେଇଁ ପଂଚାୟତ ସରପଞ୍ଚ ଅଶ୍ୱିନୀ ରଣା, ବ୍ଲକ୍ ବିଜେଡି ସଭାପତି ପ୍ରଫୁଲ୍ଲ ନାୟକ, ପୂର୍ବତନ ସରପଞ୍ଚ ରତ୍ନାକର ସାମଲ, ତହସିଲଦାର ନବକ୍ରିଷ୍ଣ ଜେନା, ରାଜସ୍ୱ ନିରୀକ୍ଷକଙ୍କ ସମେତ ବହୁ ପଂଚାୟତବାସୀ ଉପସ୍ଥିତ ଥିଲେ । ସ୍ଥାନ ପରିଦର୍ଶନ କରି ବିଧାୟକ ଶ୍ରୀ ମଲ୍ଲିକ ସଂପୂର୍ଣ୍ଣ ରିପୋର୍ଟ ଦାଖଲ ପରେ ଖୁବଶୀଘ୍ର ଏଠାରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି ।

Leave A Reply

Your email address will not be published.

three × three =