ଛାତ୍ର କଂଗ୍ରେସର ରାଜ୍ୟ ଉପସଭାପତି ହେଲେ ଆଶିଷ କୁମାର ମାହୁନ୍ତ ।

ଭଦ୍ରକ,(ବସୁନ୍ଧରା) : ସର୍ବ ଭାରତୀୟ ଛାତ୍ର କଂଗ୍ରେସର ଜାତୀୟ ସଭାପତି ନିରଜ କୁନ୍ଦାନଙ୍କ ନିର୍ଦ୍ଦେଶ କ୍ରମେ ଓଡିଆ ଛାତ୍ର କଂଗ୍ରେସର ସଭାପତି ୟାଶିର ନୱାଜଙ୍କ ଅନୁମୋଦନ କ୍ରମେ ଓଡିଆ ଛାତ୍ର କଂଗ୍ରେସର ରାଜ୍ୟ ଉପସଭାପତି ଭାବେ ଆଶିଷ କୁମାର ମାହୁନ୍ତଙ୍କୁ(ସିଙ୍କୁ) ମନୋନୀତ କରାଯାଇଛି । ସେ ଜଣେ ସୁସଂଗଠକ ତାଙ୍କର ସାଙ୍ଗଠନିକ ଦକ୍ଷତା ଦେଖି ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ତାଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛନ୍ତି । ଶ୍ରୀ ମାହୁନ୍ତ ଦୀର୍ଘ ଦଶ ବର୍ଷ ହେବ ଛାତ୍ର କଂଗ୍ରେସ ସହ ଜଡିତ ରହି ଶୃଙ୍ଖଳାର ସହିତ କାର୍ଯ୍ୟ କରିଆସୁଛନ୍ତି ଏବଂ ଏହା ପୂର୍ବରୁ ସେ ଖୋର୍ଦ୍ଧା ଜିଲ୍ଲା ଛାତ୍ର କଂଗ୍ରେସର ଉପସଭାପତି, ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ଭଳି ପଦବୀରେ ରହି ସଫଳତାର ସହିତ କାମ କରିଛନ୍ତି । ଶ୍ରୀ ମାହୁନ୍ତଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଂଚଳରେ । ସେ ଏହି ନିଯୁକ୍ତି ପାଇବାପରେ ଭଦ୍ରକ ଜିଲ୍ଲାର ଛାତ୍ରଛାତ୍ରୀ ଓ ତାଙ୍କ ଶୁଭେଚ୍ଛା ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଶ୍ରୀ ମାହୁନ୍ତଙ୍କୁ ଛାତ୍ର କଂଗ୍ରେସର ରାଜ୍ୟ ଉପସଭାପତି ଭାବେ ନିଯୁକ୍ତି କରାଯାଇଥିବାରୁ ସେ ଜାତୀୟ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ଛାତ୍ର କଂଗ୍ରେସର ଜାତୀୟ ସଭାପତି ନିରଜ କୁନ୍ଦାନ, ପୂର୍ବତନ ପିସିସି ସମ୍ପାଦକ ତଥା ପୂର୍ବତନ ପିସିସି ମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ର, ପୂର୍ବତନ ପିସିସି ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ଜେନା, ଯୁବନେତା କିରଣ କୁମାର ସାହୁ, ଯୁବନେତା ନିହାର ରଂଜନ ବେହେରା, ପୂର୍ବତନ ପିସିସି ସମ୍ପାଦକ ଦେବରୂପ ମହାନ୍ତି, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ, ଯୁବ ନେତା ପ୍ରକାଶ ଜ୍ୟୋତି ମହାକୁଡ ଏବଂ ତାଙ୍କ ଶୁଭେଚ୍ଛୁ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ସାରା ଓଡିଶାର କଂଗ୍ରେସ ଦଳ କୁ ସୁଦୃଢ଼ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କର ଅଧିକାର ପାଇଁ ଲଢ଼େଇ ଜାରିରଖିବାକୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.