ବ୍ୟାପକ ଦୁର୍ନୀତିରେ ସଂପୂକ୍ତ ଅଧିକାରୀଙ୍କୁ ଦଣ୍ଡ ଓ ଯୋଗ୍ୟ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବା ଦାବିରେ ଭାରତୀୟ ଜନତା ପାର୍ଟି ଢେ଼ଙ୍କାନାଳ ତରଫରୁ ସଦର ବ୍ଲକକୁ ଘେରାଉ।

ଢେ଼ଙ୍କାନାଳ,(ବସୁନ୍ଧରା): ରାଜ୍ୟରେ ଚାଲିଥିବା ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାରି ସରକାର ଦ୍ୱାରା କେନ୍ଦ୍ର ସରକାର ଙ୍କର ଗରିବ କଲ୍ୟାଣ ଯୋଜନା ପ୍ରଧାନମନ୍ତ୍ରୀଆବାସ ଯୋଜନା ରେ ହୋଇଥିବା ପାତର ଅନ୍ତର ନୀତି ଭ୍ରଷ୍ଟାଚାର ବିରୋଧ ରେ ଆଜି ବିଜେପି ପକ୍ଷରୁ ଢେ଼ଙ୍କାନାଳ ସଦରବ୍ଲକ କାର୍ଯ୍ୟାଳୟ_ ସମ୍ମୁଖରେ ଏକ ଘଣ୍ଟିଆ ଧାରଣା ଏବଂ ଓଡ଼ିଶାର ମହାମହୀମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଗଲା । ଢେଙ୍କାନାଳ ବିଜେପି ର ପୂର୍ବତନ ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ନେତୃତ୍ୱରେ ଓ ଜିଲ୍ଲା ଉପସଭାପତି ଶ୍ରୀ ବିଷ୍ଣୁ ପ୍ରସାଦ ଲେଙ୍କା ଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ନରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ଶ୍ରୀ ଶତ୍ରୁଘ୍ନ ଜେନା, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀ ରାମଚନ୍ଦ୍ର ପାତ୍ର, ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ପ୍ରେମାନନ୍ଦ ଜେନା, ଜିଲ୍ଲା ମିଡ଼ିଆ ସେଲ ପ୍ରଭାରୀ ନବ କିଶୋର ଗୁରୁ,ଜିଲ୍ଲା ର ବରିଷ୍ଠ ନେତ୍ରୀ କମଳିନୀ ମାହାନ୍ତି ସହିତ ବହୁ ପ୍ରମୁଖ ବରିଷ୍ଠ ନେତା, ଜିଲ୍ଲା ମହିଳା ମୋର୍ଚ୍ଚା ର ସାଧାରଣ ସମ୍ପାଦିକା ସସ୍ମିତା ସାମଲ , ସଂପାଦିକା ମଧୁସ୍ମିତା ପୁହାଣ, ଉଲି ନାୟକ ଓ ସୋନାଲି ନାୟକ ଏବଂ ବହୁ ଯୁବମୋର୍ଚା ର ଭାଇ ମାନେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.

17 + 13 =