ଓଷ୍ଟା ତରଫରୁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥାର ଶୁଭ ଉଦଘାଟନ।

ଢେ଼ଙ୍କାନାଳ,(ବସୁନ୍ଧରା): ବୁଧବାର ଅପରାହ୍ନ ୧ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଓଷ୍ଟା ସଂଘ ପକ୍ଷରୁ ଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିବେଦିତା ପାଣି ମହୋଦୟାଙ୍କ କର କମଳରେ ଶୁଭ ଉଦ୍ଘାଟନ ହୋଇଯାଇଛି। ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶ୍ରୀ ମୋସୁମୀ ସାହୁ ଏବଂ ଶ୍ରୀମତୀ ସସ୍ମିତା ସାହୁ ସଦର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବ୍ରାହ୍ମାନନ୍ଦ ରାଉତ, ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ସୋଦାମିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଓଷ୍ଟା ଜିଲ୍ଲା ସଂପାଦକ ବିଭୂତି ଭୂଷଣ ସାମଲ ଉକ୍ତ ପ୍ରକଳ୍ପର ସମସ୍ତ ବ୍ୟବସ୍ଥା କରିଥିଲେ । କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଧଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀରାମ ରାଉତ, ଉପଦେଷ୍ଟା ଶ୍ରୀଯୁକ୍ତ ସରୋଜ କାନ୍ତ ଦାଶ, ବ୍ଲକ ସ୍ତରୀୟ କାର୍ଯ୍ୟକର୍ତ୍ତା ଶ୍ରୀ ବିରଞ୍ଚି ନାରାୟଣ ମିଶ୍ର, ଶ୍ରୀ ଶଶିକାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.

10 − 8 =