ପେଟ୍ରୋଲ ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେହି କେନ୍ଦ୍ର ସରକାର ଓ ରାଜ୍ୟର ସରକାର ବିରୋଧରେ ବାସୁଦେବପୁର ନଗର କଂଗ୍ରେସ ଓ ବ୍ଲକ କଂଗ୍ରେସ ତରଫରୁ ଧାରଣା ଓ ବିକ୍ଷୋଭ।


ବାସୁଦେବପୁର,(ବସୁନ୍ଧରା): ଦର ଦାମ୍ ବୃଦ୍ଧି ପ୍ରତିବାଦରେ ବାସୁଦେବପୁର ବ୍ଲକ କଂଗ୍ରେସ କମିଟିର ପକ୍ଷରୁ ପଦଯାତ୍ରା ସହିତ ବ୍ଲକ ପରିସରରେ ଧାରଣା ଦିଆଯାଇଥିଲା।ଏହି ପଦଯାତ୍ରାଟି ଟାଉନ ହଲ ନିକଟରୁ ବାହାରି ବାସୁଦେବପୁର ବ୍ଲକ ପରିସରରେ ପହଁଚି ଥିଲା।ଅହେତୁକ ଗ୍ୟାସ,ତୈଳ,ଅତ୍ୟାବଶ୍ୟକ ଜିନିଷର ଦର ଦାମ୍ ବୃଦ୍ଧି ଆଦି ଫ୍ଲାକାଡ ଧରି ପ୍ରତିବାଦ କରିଥିଲେ।

ଏହି ସଭାରେ ବାସୁଦେବପୁର ନିର୍ବାଚନୀ ମଣ୍ଡଳୀ ନେତା ଅଶୋକ କୁମାର ଦାସଙ୍କ ନେତୃତ୍ବରେ ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ବଳ,ଭକ୍ତଚରଣ ପଟ୍ଟନାୟକ,କୁମାର ପୁର ସରପଞ୍ଚ ମଞ୍ଜୁଲତା ପଣ୍ଡା,ସୁବାଷ ସନ୍ଦିବିଘ୍ର,ସୁବ୍ରତ ବେଉରା ପ୍ରମୁଖ କର୍ମୀ ଧାରଣାରେ ବସି କେନ୍ଦ୍ର ସରକାରଙ୍କ ଜନ ମାରଣା ନିତି କରୁଥିବା ଅଭିଯୋଗ କରିଥିଲେ ।

Leave A Reply

Your email address will not be published.

10 + fourteen =