ଲଣ୍ଠନ,ବୟସ,ଫଟା କାଚ,ଖଞ୍ଜୁଣୀ

ଭୁବନେଶ୍ୱର,(ବସୁନ୍ଧରା):

ଲଣ୍ଠନ

ଜଳିଯାଏ ମୋର ଯୌବନ ଦୀପ
ଲଣ୍ଠନ ପରି ତୁମ ଦେହର ଚିକ୍କଣ ଘରେ, ଦେହର ଉଷ୍ମ ବଡି ବଡି ଯାଏ ଦେଖିଦେଲେ ଲଣ୍ଠନ ସଦୃଶ୍ୟ ତୁମ ଭୂତଳ ଜଳେ ।
ଘନ ଘନ ଅନ୍ଧକାର ମଧ୍ୟରେ ଖୋଜି ଚାଲେ ମୁଁ ଲଣ୍ଠନ ଆଳୁଅ ସଦୃଶ୍ୟ
ତୁମ ଦେହର କିରଣ।

ବୟସ

ବୟସ ସୋପାନରେ ପାଦ ଦେଉ,ଦେଉ ପହଞ୍ଚି ଯାଇଛି।
ପାଦ ମୋର ତୁମ ଧବଳ ତନୁର ଷୋଡ଼ଶୀ ବୟସୀ ରାଜପଥରେ।
ସରିଯିବ ରଜନୀ ରହି ଯିବ ମନ। ତୋ ମୀନ ସଦୃଶ୍ୟ ତନୁରେ‌।
ଭିଜା ଭିଜା ତୁମ ଦେହର ବାସ୍ନା ଆଶାରେ
ସରିଯିବ ମୋ ବୟସର ଆୟୁଷ।

ଫଟା କାଚ

ତୁମ ତନୁ ର ମଧୁର ଆଲିଙ୍ଗନ ବିନା ଜୀବନ ମୋର
ଏକ ଫଟା କାଚ ର ଗନ୍ତାଘର ସାଜିଛି।
ପ୍ରୀତି ର ଚୁମ୍ଭକ ଆଙ୍କିଦିଅ ଧନ
ମୋ ଚିବୁକ ଓଠଧାରେ। ଫଟା କାଚରେ କ୍ଷତାକ୍ତ କରିଦିଅ।
ମୋ ବେସୁରା ତନୁର ଶିହରଣେ।

ଖଞ୍ଜୁଣୀ

ଘନ ଅନ୍ଧକାର ରଜନୀ ମଧ୍ୟରେ ନିଃଶବ୍ଦ
ଏକାନ୍ତ ଶୟନ କକ୍ଷରେ ଭାସି ଆସୁଥିଲା
ଖଞ୍ଜୁଣୀ ର ଝମ୍ ଝମ୍ ଶବ୍ଦ ‌।
ମନରେ ଉଙ୍କି ମାରୁଥାଏ ଏ ବୋଧେ କାହା
ପାଉଁଜି ର ଶବ୍ଦ ପୁଣି ମନରେ ଭାବନା ଆସେ
ଏ ବୋଧେ ବାନା ବାବା ର ଖଞ୍ଜୁଣୀ ଶବ୍ଦ।
ରୂପ ଲାବଣ୍ୟ ପରି ରୂପ ଦେଖି
ମନରେ ଆଶା ସୃଷ୍ଟି ହୁଏ। ତୁମ ସ୍ପର୍ଶ ପାଇବା ପାଇଁ।

ପବିତ୍ର ବେହେରା,ବାହାଲପୁର, ଗଞ୍ଜାମ

Leave A Reply

Your email address will not be published.