ଅନାଥ ମଣିଷ

ଭୁବନେଶ୍ୱର,(ବସୁନ୍ଧରା):

ଆକାଶ ରୂପକ ଛାତରେ,
ମାଟି ରୂପକ ଚଟାଣରେ,
ରହିଥାଏ ମୁଁ ଚାହିଁ ଚାହିଁ।
ନା ଅଛନ୍ତି ବାପା,ମା!
ଆହା ପଦେ କହିବା ପାଇଁ,,,
ଅନାଥର କିଏ କାହିଁକି ରହିବ!


ଭାଗ୍ୟ ମୋ ହାତରୁ ସବୁ ନେଇଛି ଛଡାଇ,,,,,,,!
ମୁଁ ଅନାଥ ମୋର କେହି ତ ନାହିଁ !।।
ଇଶ୍ୱରଙ୍କର ଏହି ବିଶ୍ୱବ୍ରହ୍ମାଣ୍ଡ କୁ
ଦେଖେ ମୁଁ ଚାହିଁ ଚାହିଁ,,,,,,,,
ମତେ କ’ଣ ପାଇଁ କଲ ଅନାଥ?
ପ୍ରଭୁ ଏହା ମୋର କି ପାପ ପାଇଁ,,,
ଯଦି ଏହା କରିବାର ଥିଲା !


ଧରାପୃଷ୍ଠକୁ ଆଣୁଥିଲ କାହିଁ ପାଇଁ,?
ମୁଁ ଅନାଥ ମୋର କେହିତ ନାହିଁ !।।
ସମସ୍ତେ କହନ୍ତି ଅନାଥର ନାଥ ତୁମେ
ହେଲେ ମୋ ବେଳକୁ ଚିନ୍ତା ତୁମ ନାହିଁ,,!
ନା ଅଛି କିଛି ଅସ୍ତିତ୍ୱ ମୋର!
ନା କେହି ଅଛନ୍ତି ବିଶ୍ୱସ୍ତ?
ଟିକେ ଆହା କରିବା ପାଇଁ,,,,!


ମୁଁ ଅନାଥ ମୋର କେହିତ ନାହିଁ !।।
ଏ ସାରା ଜଗତ କୋହୁଥାଏ ମତେ;
ଅନାଥ ତୁ ତୋର ଏଠି କେହିନାହିଁ !
ଏହି କଥାକୁ ମୁଁ ଭାବି ଭାବି ମନେ,
ନିତି ଜଳୁଥାଏ ମୁଁ ରାତି ଅବା ଦିନେ!
ନିତି ଜଳୁଥାଏ ମନରେ ଅନେକ,
ଛାତିରେ ଛାତିଏ କୋହ ଭରିଭରି,,,,
ମୁଁ ଅନାଥ ମୋର କେହିତ ନାହିଁ!।।
ମୁଁ କ’ଣ ଚାହେଁନା ମୋ ପଥରେ,
ମୋ ହାତକୁ କେହି ନିଅନ୍ତୁ ଧରି!
ଏହା ତ ହେଉଛି ମୋର କଳ୍ପନା;


ବିଧିର ବିଧାନ ନୁହେଁ ଏହି!
ସମାଜ ମତେ ନିନ୍ଦାକରୁଥାଏ,
ପ୍ରତି ମୁହୁର୍ତ୍ତ ରେ ରହି ରହି,,,,,,
ମୁଁ ଅନାଥ ମୋର କେହିତ ନାହିଁ।।
ହେ ମହାପ୍ରଭୁ ତୁମକୁ ଏତିକି ମିନତି
ସବୁ ଦୁଃଖ ଦେଉଥାଅ ମତେ,,,
ସମାଜକୁ ରଖିଥାଅ ଘଣ୍ଟ ଘୋଡାଇ,
ମୁଁ ତ ଅନାଥ ମୋର କେହି ନାହିଁ,,,,!
ତୁମକୁ କରିଛି ମୋର ସାଇଁ,,,।।

ମମତା ବାରିକ,ସ୍ଥାନ-ଯାଜପୁର,ବାରବାଟୀ,ଗ୍ରାମ-ବାମଦେବପୁର।

Leave A Reply

Your email address will not be published.