କିଶନନଗର ଥାନା ପରିସରରୁ ଗଛ କଟା ଘଟଣା , ଉଚ୍ଚ ଅଧିକାରୀ ଚୁପ ରାତି ଅଧିଆ ମୂଳ ତାଡି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ।

ସାଲେପୁର,(ବସୁନ୍ଧରା): କିଶନନଗର ଥାନା ପରିସରରୁ ବେଆଇନ ଭାବେ ଗଛ କଟାଯିବା ନେଇ ଗତ ୩ ଦିନ ଧରି  ଗଣ ମାଧ୍ୟମରେ ଖବର ପ୍ରସାରିତ ହେଉଛି।ଏଥିରେଉଚ୍ଚ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଯିବ ସହ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ ହେଉଛି।ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ  ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ଚୁପ ହୋଇ ବସି ରହିଥିବା ବେଳେ ବନ ବିଭାଗ ଅଧିକାରୀ ବି ହାତବାନ୍ଧି ବସିଛନ୍ତି।

ଫଳରେ ଗତକାଲି ରାତି ଅଧିଆ ଜେସିବି ଲଗାଇ କଟା ଯାଇଥିବା ଗଛର ମୂଳ ତାଡି ପ୍ରମାଣ ନଷ୍ଟ ଉଦ୍ୟମ କରାଯାଇଥିବା ଜଣାପଡିଛି।ସୂଚନା ମୁତାବକ କିଶନନଗର ଥାନା ପରିସରରେ ଥିବା ପ୍ରାୟ ୩-୪ଫୁଟ ଗୋଳେଇ ର କେତେକ ଦେବଦାରୁ,ଏକ ଶାଗୁଆନ ଓ ଅନ୍ୟାନ୍ୟ ଗଛ କଟାଯାଇ ଥିବା ଦେଖିବାକୁ ମିଳିଛି। ଶାଗୁଆନ କାଠ ଥାନା ପରିସରରେ ପଡି ଥିବାବେଳେ ଅନ୍ୟ କାଠ ଗୁଡିକ ର ପତ୍ତା ମିଳୁନାହିଁ। କେବଳ ମୂଳ  ରହିଛି। 

ଅନ୍ୟପଟେ ଗତକାଲି  ରାତି ୧୨ ଟା ବେଳେ ଥାନା ପଛପଟ  ଗେଟ ଦେଇ ଏକ ଜେସିବି ମ୍ୟାସିନ ଆଣି ଏହି ମୂଳ କୁ ତାଡି ପ୍ରମାଣ ନଷ୍ଟ ଉଦ୍ୟମ ହୋଇଥିବା ଜଣାପଡିଛି। ଏପରି ପରିସ୍ଥିତିରେ ବିନା ଅନୁମତିରେ  ଜୀବନ୍ତ ଗଛ କାଟିବା, ଏହାକୁ ଅନ୍ୟତ୍ର ସ୍ଥାନାନ୍ତରିତ କାଟିବା,ମୂଳ ତାଡି ପ୍ରମାଣ ନଷ୍ଟ ଉଦ୍ୟମ କରିଥିବା କିଶନନଗର ଥାନା ଆଇଆଇସି ସସ୍ମିତା ରଣା ଙ୍କୁ ବିଭାଗୀୟ ଉଚ୍ଚ ଅଧିକାରୀ ଘଣ୍ଟ ଘୋଡାଉଥିବା ଅଭିଯୋଗ ହୋଇଛି।ଏହି କାଠ ଥାନା ପଛପଟ ଗେଟ ଦେଇ  ବାହାରକୁ କଢ଼ା ଯାଇଥିବା ଓ ସେଗୁଡିକୁ ଟ୍ରାକ୍ଟର ରେ ଲଦି କେଉଁଆଡ଼େ ନିଆଯାଇଥିବା  ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଥାନା ପରିସରରେ ଜଙ୍ଗଲିଆ ପରିବେଶ ସୃଷ୍ଟି କରୁଥିବା କିଛି ଛୋଟ ଗଛ ସଫା କରା ଯାଇଥିବା ଆଇଆଇସି ସସ୍ମିତା ରଣା କହିଛନ୍ତି। ଥାନା ପରିସରକୁ ସଫା କରାଯିବା ଆଳରେ ଯେଉଁଭଳି ଭାବେ ଜୀବନ୍ତ ଗଛ କାଟି ଦିଆଗଲା ତାହା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଛି।

Leave A Reply

Your email address will not be published.