ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଯାଦବ ମହାସଭା ପକ୍ଷରୁ ଅକ୍ସିଜେନ କନସେନ୍‌ଟ୍ରେଟର ପ୍ରଦାନ।

ଭଦ୍ରକ,(ବସୁନ୍ଧରା): ଭଦ୍ରକ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗୋଟିଏ ବଡ ୧୦ ଲିଟରିଆ ଅକ୍ସିଜେନ କନସେନ୍‌ଟ୍ରେଟର ପ୍ରଦାନ କରାଯାଇଛି । ପ୍ରଥମେ ଯାଦବ ମହାସଭା ପକ୍ଷରୁ ବାଲେଶ୍ୱର ଜିଲ୍ଲା ଓ ପରେ ଭଦ୍ରକ ଜିଲ୍ଲା ର ଧାମନଗର,ଧୁଷୁରି,ବାସୁଦେବପୁର ଡାକ୍ତରଖାନାରେ ପ୍ରଦାନ କରାଯିବା ପରେ ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଦାନ କରାଯାଇଛି । ହୋପ୍‌,ଓ ମା ସନ୍ତୋଷୀ କମିଟି ର ସହଯୋଗରେ ଭଦ୍ରକ ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ଯାଦବ ନେତା ତଥା ହୋପ ସଂଗଠନ ର ପରାମର୍ଶ ଦାତା ଶୁଭଜିତ ପରିଡାଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଭଦ୍ରକ ଜିଲ୍ଲା ଯୁବ ଯ୍‌ାଦବ ସଭାପତି ରବି ନାରାୟଣ ଖିଲାର,ସଂଯୋଜକ କୃଷ୍ଣଚନ୍ଦ୍ର ବେହେରା, ସଂପାଦକ,ସନ୍ତୋଷ ଦାସ ସହ ସଂପାଦକ ମାନସ କୁମାର ପରିଡା,ଉପସଭାପତି ସଂଜିବ ନାୟକ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଷ୍ଟାଲିନ ଦାସ,ଫାର୍ମାସିଷ୍ଟ ବୀରେନ୍ଦ୍ର କୁମାର ମହାନ୍ତି ଓ ଫାର୍ମାଶିଷ୍ଟ ରଜତ କୁମାର ସାହୁଙ୍କୁ ଏହି ଅକ୍ସିଜେନ କନସେନ୍‌ଟ୍ରେଟର ପ୍ରଦାନ କରିଥିଲେ । ପରେ ଭଣ୍ଡାରିପୋଖରୀ,ଚାନ୍ଦବାଲି ଆଦି ଅନ୍ୟ ବ୍ଲକରେ ଅକ୍ସିଜେନ କନସେନ୍‌ଟ୍ରେଟର ପ୍ରଦାନ କରାଯିବ ବୋଲି ସଭାପତି ଶ୍ରୀ ଖିଲାର ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ରାଷ୍ଟ୍ରିୟ ଯୁବ ସଭାପତି ଇଂ ପ୍ରଦୀପ ବେହେରା,ରାଜ୍ୟ ସଂପାଦକ ଧିରେନ ପଲେଇ,ମା ସନ୍ତୋଷୀ ମା କମିଟିର ମୁଖ୍ୟ ପିତାମ୍ବର ପରିଡା,ବାସନ୍ତୀଲତା ପରିଡା.ଜିଲ୍ଲା ଯାଦବ ସଭାପତି ସୁଧାଂଶୁ ନାୟକ,ସଂପାଦକ ଦିଲିପ ନାୟକ,ରାଜ୍ୟ ସଂପାଦକ ଅମର ନାୟକ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଭାକର ପରିଡା,ରାମଚନ୍ଦ୍ର ଦାସ,ଉପଦେଷ୍ଟା ନିତ୍ୟାନନ୍ଦ ବେହେରା,ସାଧୁ ବାରି.ମୁନା ପରିଡା ,ପ୍ରଦୀପ ବାରିକ ଙ୍କ ସମେତ ବୁଦ୍ଧିଜୀବୀ ପ୍ରମୁଖ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

20 + 12 =