ଆଶୀର୍ବାଦ ଅନୁଷ୍ଠାନ ଓ ରାଇଜ୍ ଅନୁଷ୍ଠାନ, ଢେଙ୍କାନାଳ ତରଫରୁ ନବନିଯୁକ୍ତା ବିଜୁଜନତା ମହିଳା ଶାଖା ସଭାପତି ଶ୍ରୀମତୀ ସାଗରିକା ମିଶ୍ରଙ୍କୁ ସମ୍ବର୍ଦ୍ଧନା ଓ ଅଭିନନ୍ଦନ।

ଢେ଼ଙ୍କାନାଳ,(ବସୁନ୍ଧରା): ଆଶୀର୍ବାଦ ଓ ରାଇଜ୍ ଅନୁଷ୍ଠାନ, ଢେଙ୍କାନାଳ ଦ୍ଵାରା, ନବନିଯୁକ୍ତା ବିଜୁଜନତା ମହିଳା ଶାଖାର ସଭାପତି ଶ୍ରୀମତୀ ସାଗରିକା ମିଶ୍ରଙ୍କ ନିରାଡମ୍ବର ସମ୍ବର୍ଦ୍ଧନା ଓ ଅଭିନନ୍ଦନ ଜ୍ଞାପନ ପର୍ବ ସମାହିତ ହୋଇଛି।
ଏହି ସମ୍ବର୍ଦ୍ଧନା ସମାରୋହରେ ଆଶୀର୍ବାଦ ଅନୁଷ୍ଠାନର ସଂପାଦକ ଶ୍ରୀଯୁକ୍ତ ଅମ୍ବିକା ପ୍ରସାଦ ମିଶ୍ର ଓ ରାଇଜ୍ ସଂସ୍ଥାର ମୁଖ୍ୟ ଶ୍ରୀ ଯୁକ୍ତ ସତ୍ୟନାରାୟଣ ବିଶ୍ବାଳ ଓ କୋଷାଧ୍ୟକ୍ଷ ମନୋରଞ୍ଜନ ପତି ନବନିଯୁକ୍ତା ସଭାପତିଙ୍କୁ ତାଙ୍କର କାଲଟାକ୍ସ ସ୍ଥିତ ବାସଭବନରେ ପୁଷ୍ପଗୁଚ୍ଛ ମାନପତ୍ର ଆଦି ପ୍ରଦାନ କରିବା ସହ ଆଗାମୀ ଦିନରେ ମହୋଦୟାଙ୍କର ବଳିଷ୍ଠ ନେତୃତ୍ୱରେ ଦଳ ଓ ଅଞ୍ଚଳର ବିକାଶ ତୀବ୍ରତର ହେବା ଆଶା ପୋଷଣ କରିଥିଲେ।
ଏଥି ସହିତ ଢେଙ୍କାନାଳ ରୋଟାରୀ କ୍ଲବ୍, ଭାଗିରଥୀ କ୍ଲବ, ବିଜୁଜନତା ଦଳର ଅନେକ ସଦସ୍ୟ ତଥା ଛାତ୍ରନେତାମାନେ ମଧ୍ୟ ଶ୍ରୀମତୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

Leave A Reply

Your email address will not be published.

two × five =