ଧାମରାରେ ୭୨ତମ ବନ ମହୋତ୍ସବ ପାଳିତ।

ଭଦ୍ରକ,(ବସୁନ୍ଧରା): ଚାନ୍ଦବାଲି ବନ୍ୟପ୍ରାଣୀ ବନାଂଚଳ ତରଫରୁ ଧାମରା ଅଗ୍ନିଶମ ବିଭାଗ କେନ୍ଦ୍ର ଠାରେ ୭୨ ତମ ବନମହୋତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଧାମରା ଅଗ୍ନିଶମ ବିଭାଗର ରମେଶ ଚନ୍ଦ୍ର ସିଂ ଯୋଗ ଦେଇ ବନ ମହୋତ୍ସବ ପାଳନ ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ । ଧାମରା ବନପାଳ ଗଦାଧର ବିଶ୍ୱାଳ ଯୋଗ ଦେଇ ଧାମରା ଅଂଚଳରେ ଦିନକୁ ଦିନ ବଢି ଚାଲିଥିବା ଗଛା କଟା କୁ ରୋକାଯାଇଛି ଏଥିସହ ନିକଟସ୍ଥ କାଳିଭଞ୍ଜଡିଆଁ ଏବଂ ଧାମରା ରେ କିପରି ଜଙ୍ଗଲ ଗୁଡିକୁ ବନବିଭାଗ ଦୃଷ୍ଟି ଦେବା ସହ ପରିବେଶର ସନ୍ତୁଳନ ରକ୍ଷା କରି ପାରିଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ । ପରେ ବିଭାଗ ତରଫରୁ ଅଂଳା, ନିମ୍ବ ,କାଜୁ, ଆକାଶିଆ,କରଞ୍ଜ ଏବଂ ଜାମୁ ଗଛ ଅଂଚଳବାସୀଙ୍କୁ ପ୍ରଦାନ କରାଯିବା ସହ ଅଂଚଳରେ ବିଭିନ୍ନ ସ୍ଥାନରେ ରୋପଣ କରାଯାଇଥିଲା । ଆଜିର ଏହି ବନମହୋତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଅଗ୍ନିଶମ ବାହିନୀର ଧନେଶ୍ୱର ଟୁଡୁ, ପ୍ରିୟବ୍ରତ ସାହୁ, ବିଶ୍ୱନାଥ ବେହେରା, ସଂଗ୍ରାମ ବେହେରା, ଚନ୍ଦନ କୁମାର ପ୍ରଧାନ, ଶୁଭଙ୍କର ସେଠୀ, ବନିବିଭାଗର ତରଫରୁ ମଙ୍ଗଳ ମୁର୍ମୁ, ସୁଧାକର ବିଶ୍ୱାଳ, ଶଶିନୀ ମହାଳିକ, ଉତମ ମହାଳିକ, ପ୍ରଭାତ ଜେନା, ସେକ ମୁଜାଫର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.