ବାଙ୍କତିରା ସରମରା ଭାୟା ତୁମ୍ଭାପଦି ରାସ୍ତାର ଭାଗ୍ୟ ବଦଳିବ କେବେ!

ଭଦ୍ରକ,(ବସୁନ୍ଧରା): ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ବାଙ୍କତିରା-ସରମରା ଭାୟା ତୁମ୍ଭାପଦି ୨କିମି:ରୁ ଉର୍ଦ୍ଧ୍ୱ ପଞ୍ଚାୟତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି । ଏହି ରାସ୍ତାର ଭାଗ୍ୟ କେବେ ବଦଳିବ ତାକୁ ନେଇ ଗ୍ରାମବାସୀମାନେ ସନ୍ଦିହାନ ରେ ଅଛନ୍ତି । ଏହି ରାସ୍ତାଟି ବାଙ୍କତିରା ସ୍କୁଲ ପାଖରୁ ବାହାରି ତୁମ୍ଭାପଦି ଗ୍ରାମ ଦେଇ ସରମରା ଆର.ଡ଼ି ରାସ୍ତାକୁ ଲାଗିଛି । ଏହି ରାସ୍ତାଟିକୁ ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରୁ ଆର.ଡ଼ି ବିଭାଗକୁ ହସ୍ତାନ୍ତରିତ କରିବାକୁ ହୋଇଥିବା ପ୍ରଚେଷ୍ଟା ଫାଇଲର ନାଲିଫିତା ତଳେ ଚାପି ହୋଇ ରହି ଯାଇଛି । ତେବେ ପଞ୍ଚାୟତ ତରଫରୁ ଏହି ରାସ୍ତାଟିକୁ ମରାମତି ପାଇଁ ପାଣ୍ଠି ଯୋଗାଇ ଦିଆ ଯାଉଥିବା ବେଳେ ବିଭନ୍ନ ସମୟରେ ସାଂସଦ ପାଣ୍ଠିରୁ ୨ଲକ୍ଷ, ବିଧାୟକ ପାଣ୍ଠରୁ ୨ଲକ୍ଷ, ତିତିଲ ବାତ୍ୟାର ୩ଲକ୍ଷ, ଆମ୍ପାନ ବାତ୍ୟାରେ ଦେଢଲକ୍ଷ ଏହି ରାସ୍ତାଟିରେ ଖର୍ଚ୍ଚ ହୋଇ ସାରିଛି । ତଥାପି ସୁଧୁରି ପାରିନି ଏହି ରାସ୍ତାଟିର ଭାଗ୍ୟ । ସରମରା ସ୍କୁଲ ଠାରୁ ତୁମ୍ଭାପଦି ମଧ୍ୟରେ ରାସ୍ତାଟି ଅତ୍ୟନ୍ତ ବେହାଲ ହୋଇ ପଡ଼ିଛି । ମୋରମ ମେଟାଲର ଚିହ୍ନବର୍ଣ୍ଣ ନଥିବା ବେଳେ କାଦୁଅ ପଚପଚ ରାସ୍ତାରେ ଦୈନିକ ଶହଶହ ଲୋକ ଏହି ରାସ୍ତାରେ ଯିବା ଆସିବା କରୁଛନ୍ତି । ୪ ଚକିଆ ଯାନ ଯିବା ଦୂରେ ଥାଉ ସାଇକେଲ ଯିବା କଷ୍ଟସାଧ୍ୟ ହୋଇ ପଡ଼ିଛି । ଅତ୍ୟାବଶ୍ୟକୀୟ ଯାନ ଆମ୍ବୁଲାନ୍ସ, ଦମକଳ ଯିବା ସାତ ସପନ । ଏ ଅଞ୍ଚଳରେ ଧାନ ଓ ପନିପରିବା ଚାଷ ହୋଇଥାଏ । ବିଶେଷଭାବେ ଧାନ ବିକ୍ରୀ କରିବାକୁ ଚାଷୀମାନଙ୍କୁ ବହୁ ହିନସ୍ତା ହେବାକୁ ପଡୁଛି । ଏହି ରାସ୍ତା ଉପରେ ସରମରା, ତୁମ୍ଭାପଦି, ବାଙ୍କତିରା, ପଦି, କାଦବରାଙ୍ଗ, ଭରସିଂପୁର ଆଦି ଗ୍ରାମର ଶହଶହ ଲୋକ ଦୈନିକ ବ୍ଲକ, ତହସିଲ, ଥାନାକୁ ଯିବା ଆସିବା କରିଥାନ୍ତି । ଏତଦଭିନ୍ନ ବାଙ୍କତିରା, ତୁମ୍ଭାପଦି, ସରମରା ବିଦ୍ୟାଳୟ ଓ ବନ୍ତ, କନ୍ତିଆ, ଆଗରପଡ଼ା ମହାବିଦ୍ୟାଳୟକୁ ପିଲାମାନେ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ତେବେ ଏହି ରାସ୍ତାଟିକୁ ସ୍ଥାୟୀ ପକ୍କା ରାସ୍ତାରେ ପରିଣତ କରିବା ପାଇଁ ଅଞ୍‌ଳବାସୀ ଦୃଢ ଦାବୀ କରିଛନ୍ତି ।

Leave A Reply

Your email address will not be published.