ଆବଦ୍ଧାଞ୍ଚଳରେ ଶୁଖିଲା ଖାଦ୍ୟବଣ୍ଟନ।

ବାଲିଅନ୍ତା,(ବସୁନ୍ଧରା) : ବାଲିଅନ୍ତା ପଞ୍ଚାୟତର ତଳବଜାରରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ଯୋଗୁଁ ତହସିଲ ପ୍ରଶାସନ ୭ ଦିନ ପାଇଁ ଆବଦ୍ଧାଞ୍ଚଳ ଘୋଷଣା କରିଥିଲେ । ଆଜି ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ୍ତ କୁମାର ରାଉତ, ଜିଲ୍ଲା ପରିଷଦ ସଭ୍ୟା ଅରୁନ୍ଧତୀ ସାହୁ, ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପି କୁମାର ସାହୁ, ଯୁବନେତା ରାକେଶ କୁମାର ସାହୁ ଉକ୍ତ ସାହିର ୨୫ଟି ପରିବାରକୁ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତି ସାହୁ ସ୍ଥାନୀୟ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଘର ଘର ବୁଲି ସ୍ଵାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.