ପୂର୍ବ ବିବାଦକୁ ନେଇ ଗାଡ଼ିଆରେ ବିଷ ପ୍ରୟୋଗ, ଲକ୍ଷାଧିକ ଟଙ୍କାର ମାଛମରି ପାଣିରେ ଭାସିଲେ।

ବାଲିଅନ୍ତା,(ବସୁନ୍ଧରା) : ବାଲିଅନ୍ତା ବ୍ଳକ ଅନ୍ତର୍ଗତ ପ୍ରତାପରୁନ୍ଦ୍ରପୁର ପଞ୍ଚାୟତରେ ପୂର୍ବଶତୃତ୍ରାକୁ କେନ୍ଦ୍ରକରି ଜଣେ ମାଛ ଚାଷୀଙ୍କ ଗାଡିଆ ରେ ବିଷ ପ୍ରୟୋଗ କରି ଲକ୍ଷାଧିକ ଟଙ୍କାର ମାଛ ମରିକି ଭାସୁଥିବା ଏ ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି। ଉକ୍ତ ପଞ୍ଚାୟତର ବିଶରପୁର ଗ୍ରାମର ବିଶ୍ଵମ୍ବର ପଟ୍ଟନାୟକଙ୍କ ମାଛ ଗାଡ଼ିଆରେ ଗତକାଲି ବିଳମ୍ବିତ ରାତ୍ରରେ କେହି ଦୃବୁତ୍ତମାନେ ବିଷ ପ୍ରୟୋଗ କରିଥିଲେ । ଆଜି ସକାଳୁ ଲକ୍ଷାଧିକ ଟଙ୍କାର ମାଛ ମରିକି ଭାସୁ ଗ୍ରାମବାସୀ ଦେଖି ଶ୍ରୀ ପଟ୍ଟନାୟକଙ୍କୁ ଜଣାଇଥିଲେ । ଏଥିରେ ରୋହି, ଭାକୁର ,କଇଁଚ, ସମେତ ବିଭିନ୍ନ ପ୍ରଜାତିର ମାଛ ମରିଛନ୍ତି । ସେ ୧୦ ଗୁଣ୍ଠ ଏରିଆ ବିଲରେ ଗାଡ଼ିଆ କରି ମାଛ ଚାଷ ପାଇଁ ବ୍ୟାଙ୍କରୁ ଋଣ ଆଣି ମାଛ ଚାଷ କରିଥାଆନ୍ତି । ଚଳିତ ଥର ବି ଋଣ ଆଣିଗାଡ଼ିଆ ରେ ମାଛ ଚାଷ କରିଥିଲେ । କିପରି ଏ ବର୍ଷ ଋଣ ସୁଜିବେ ଏ ନେଇ ଚିନ୍ତାରେ ଚାଷୀ ସରକାର ଏ ଦିଗରେ ଦୃଷ୍ଟି ଦେଲେ ଚାଷୀ ଜଣଙ୍କ ଉପକୃତ ହେବ । ପୂର୍ବଶତୃତ୍ରାକୁ କେନ୍ଦ୍ର କରି ଏପରି କାମ କରିଛନ୍ତି ଏନେଇ ବିଶ୍ଵମ୍ବର ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏହାର ତଦନ୍ତ ଚଳାଇ ଅଭିଯୁକ୍ତ ଖୁବଶ୍ରୀଘ ଧରାପଡ଼ିବେ ବୋଲି କହିଛନ୍ତି ।

Leave A Reply

Your email address will not be published.

two × four =