ଭଦ୍ରକ ମୁସଲିମ ଜମାତ ତରଫରୁ ୩ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା।

ଭଦ୍ରକ,(ବସୁନ୍ଧରା): ଭଦ୍ରକ ୧୪ ମହଲା ମୁସଲିମ ଜମାତ ତରଫରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୩ଜଣ ସଂଖ୍ୟଲଘୁ ସମ୍ପ୍ରଦାୟ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାକୁ ଭଦ୍ରକ ମୁସଲିମ ଜମାତର ସଭାପତି ଜନାବ ହାଜୀ ଅବଦୁଲ ବାରୀଙ୍କ ସଭାପତିତ୍ୱ ଏବଂ ମାଷ୍ଟର ମୁସ୍ତାକ ଗୌହର ସଂଚାଳନା କରିଥିଲେ । ସମ୍ମାନିତ ଅତିଥିଭାବେ ଅଧ୍ୟାପକ ନାସିର ବକ୍ସ ଓ ୟୁନାନୀ ମେଡ଼ିକାଲର ମୁଖ୍ୟ ଡ଼ାକ୍ତର ହକିମୁଦ୍ଦିନ ଖାଁ ଯୋଗଦାନ କରିଥିଲେ । ଏହି ସଭାରେ ମାଟ୍ରିକ ରେଜଲ୍ଟରେ ଏ-୧ ଏବଂ ଏ-୨ ହୋଇଥିବା ୩ଜଣ ଛାତ୍ରୀଙ୍କୁ ଉତ୍ତରିୟ ପୁଷ୍ପଗୁଚ୍ଛ ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା । ପୁରୁଣା ବଜାର ସ୍ଥିତ ଛଡ଼ାକମହଲା ନିବାସୀ ସୁରଜ ଖାନଙ୍କ ୫୫୩ ନମ୍ବର ରଖିଥିବା ଝିଅ ହୀନା କାଦରୀ (ଜିଲ୍ଲାସ୍କୁଲ) ଏ-୧ ହୋଇ ଥିବାରୁ ତାଙ୍କୁ ୭୦୦୦ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା ଏବଂ ତାଙ୍କର ମୂଳ ଲକ୍ଷ୍ୟ ଭବିଷ୍ୟତରେ ଆଇ.ଏ.ଏସ୍ ହେବା ପାଇଁ ଅଛି ବୋଲି ସମ୍ବର୍ଦ୍ଧନାର ଉତ୍ତରରେ ସେ ପ୍ରକାଶ କରିଥିଲେ । ପୁରୁଣା ବଜାର ଦୁର୍ଗାପୁର ନିବାସୀ ସେକ ଅବଦୁଲ ରଜ୍ଜାଙ୍କ ୫୦୩ ନମ୍ବର ରଖିଥିବା ଝିଅ ସାନିଆ ସ୍ୱାହିଦ(ଏସ୍‌.ବି.ଏମ୍ ସ୍କୁଲ) ଏ-୨ ହୋଇଥିବାରୁ ୬୦୦୦ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା ଏବଂ ତାଙ୍କର ମୂଳ ଲକ୍ଷ ଭବିଷ୍ୟତରେ ଡ଼ାକ୍ତର ହେବେ । ପୁରୁଣା ବଜାର କାଜି ମହଲା ଅଧିବାସୀ ସେକ ଉମର ଅଲ୍ଲିଙ୍କ ୫୦୩ ନମ୍ବର ରଖିଥିବା ଝିଅ ସାନା କାଦରୀ (ଏନ୍‌.ସି ହାଇସ୍କୁଲ) ଏ-୨ ହୋଇଥିବାରୁ ୬୦୦୦ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା ଏବଂ ତାଙ୍କର ମୂଳ ଲକ୍ଷ ଭବିଷ୍ୟତରେ ଡ଼ାକ୍ତର ହେବେ । ଏହି ସମ୍ବର୍ଦ୍ଧନା ସଭାରେ ଭଦ୍ରକ ମୁସଲିମ ଜମାତର ସଭ୍ୟ ମହମ୍ମଦ ଜକାଓଲ୍ଲା, ସେକ ଏନାମ ମହମ୍ମଦ, ଅବଦୁଲ ମୁକିତ ଖାଁ, ସେକ ସିରାଜୁଦ୍ଦିନ, କୟୁମ ଅଲ୍ଲି ସାହା, ହାଜୀ ଅନୱର ହୋସେନ, ସବ୍ୱିର ଅଲି, ତବାରକ ଅଲି, ମତଲୁବ ଅଲି, ଜମିଲ ଅଖତର ଖାନ, ସେର ଖାଁ, ରେଜାଏ ରସୁଲ, ହବିବୁଲ୍ଲା ଖାଁ, ମୁକ୍ତାର ଅହେମଦ ରସିଦ, ଶେଖ ହବିବୁଲ୍ଲା, ମିର୍ଜା ଫରିଦ, ମିର୍ଜା ଏକ୍ରାମ, ଜାେଓଦ ଅଖତର, ସେଖ ସମଦାନି, ମିଡ଼ିଆ ସେଲର ସଂଯୋଜକ ଶେଖ ଅନୱର, ଅବୁହୋସେନ ପ୍ରମୁଖ ଏବଂ ଛାତ୍ରୀଙ୍କ ପିତାମାତା, ବୁଦ୍ଧିଜୀବି ଯୋଗଦାନ କରି ଛାତ୍ରୀ ମାନଙ୍କୁ ଭବିଷ୍ୟତରେ ମୂଳ ଲକ୍ଷ୍ୟକୁ ଯିବା ପାଇଁ ଉତ୍ସାହିତ କରାଇଥିଲେ ।

Leave A Reply

Your email address will not be published.