ଭାରପ୍ରାପ୍ତ ବ୍ଲକଶିକ୍ଷାଧିକାରୀଙ୍କୁ ଶିକ୍ଷକ ସଙ୍ଗଠନ ପକ୍ଷରୁ ସ୍ୱାଗତ।

ଭଦ୍ରକ,(ବସୁନ୍ଧରା) : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକର ଭାରପ୍ରାପ୍ତ ଶିକ୍ଷାଧିକାରୀ ଅଧରୀ କୁମାର ତରାଇଙ୍କୁ ସ୍ଥାନୀୟ ଶିକ୍ଷକ ସଙ୍ଗଠନଗୁଡିକ ପକ୍ଷରୁ ସୋମବାର ସ୍ୱାଗତ କରାଯାଇଛି । ପ୍ରାଥମିକ ଶିକ୍ଷକ ସଂଘ ସଭାନେତ୍ରୀ ମୀନା ଜେନା, ସମ୍ପାଦକ ପ୍ରସନ୍ନ ରଥ, ଜିଲ୍ଲାପରିଷଦ ଶିକ୍ଷକ ସଂଘ ସଭାପତି ବିମଳ ଦାସ, ଉପସଭାପତି ଜଗବନ୍ଧୁ ମହାନ୍ତି, ଜଗନ୍ନାଥ ପଣ୍ଡା, ଲେବୁଲ-ଭି ସଙ୍ଗଠନର ସଭାପତି ସୁଧାଂଶୁ ମୋହନ ମିଶ୍ର, ସମ୍ପାଦକ ମାୟାଧର ଦାସ, ଜେ.ଟି. ସଂଘ ସଭାପତି ଜୟଦେବ ସେନାପତି, କଳା ଶିକ୍ଷକ ସଂଘ ପକ୍ଷରୁ ପଞ୍ଚାନନ ନାୟକ ଶିକ୍ଷାକାର୍ଯ୍ୟାଳୟରେ ବିଇଓ ଶ୍ରୀ ତରାଇଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ବନ୍ତ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଶ୍ରୀ ତରାଇ ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷାଧିକାରୀ ଭାବେ ଅତିରିକ୍ତ ଦାଇତ୍ୱ ତୁଲାଉଛନ୍ତି ।

Leave A Reply

Your email address will not be published.