କମିସନରେଟ ପୋଲିସକୁ ବଡ଼ ସଫଳତା, ୭ଜଣ ସାଇବର୍ ଲୁଟେରା ଧରାପଡିଲେ।

ଭୁବନେଶ୍ୱର,(ବସୁନ୍ଧରା): କମିସନରେଟ ପୁଲିସ୍ କୁ ମିଳିଛି ବଡ଼ ସଫଳତା । ପୁଲିସ୍ ଆଜି ୭ଜଣ ସାଇବର୍ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି । ଏନେଇ ପୁଲିସ୍ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଏହି ୭ ସାଇବର୍ ଲୁଟେରା କଟକରେ ଅଫିସ୍ କରି ସାଇବର୍ ଅପରାଧ ଚଳାଇଥିଲେ । ତେବେ ଗିରଫ କରିବା ସମୟରେ ସେମାନଙ୍କ ଠାରୁ ୧୫୦ ମୋବାଇଲ୍, ୧୬ ହଜାର ସିମ୍ କାର୍ଡ ଜବତ କରାଯାଇଛି । ଲୁଟେରା ମାନେ ପ୍ରି-ଆକ୍ଟିଭେଟେଡ୍ ସିମ୍ ଜରିଆରେ ଅପରାଧିକ କାର୍ଯ୍ୟ କରୁଥିଲେ । ଆଉ ଠକିବା ପରେ ସିମ୍ ଗୁଡିକୁ ନଷ୍ଟ କରି ଦେଉଥିଲେ ବୋଲି ପୁଲିସ୍ କମିସନର ସୂଚନା ଦେଇଥିଲେ ।

Leave A Reply

Your email address will not be published.