ସାଇସ୍ମରଣୀକା ମାଟ୍ରିକ ଟପ୍ପର।


ଭଦ୍ରକ,(ବସୁନ୍ଧରା) : ଚଳିତ ମାଟ୍ରିକ ପରୀକ୍ଷାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ସାଇସ୍ମରଣୀକା ଉଦ୍‌ଗାତା ୫୫୪ ନମ୍ବର ଅର୍ଥାତ୍ ୯୨.୪ ପ୍ରତିଶତ ନମ୍ବର ରଖି କୃତିତ୍ୱ ଅର୍ଜ୍ଜନ କରିଛନ୍ତି । ସମଗ୍ର ବ୍ଲକରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ସ୍ଥାନୀୟ ଅଂଚଳରେ ଆନନ୍ଦର ଲହରୀ ଖେଳି ଯାଇଛି । ବହୁ ଶୁଭେଚ୍ଛୁ ତାଙ୍କ ବାସଗୃହକୁ ଯାଇ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ଗୋପିନାଥପୁର ପଂଚାୟତ ଅନ୍ତର୍ଗତ କାଣ୍ଡବା ଗ୍ରାମର ଚିତ୍ତରଂଜନ ଉଦ୍‌ଗାତା ଓ ଅନିତାଙ୍କ କନ୍ୟା ସାଇସ୍ମରଣୀକା ତୁଳସୀ ଦୁଇପତ୍ରରୁ ବାସିଲା ପରି ଛୋଟ ବେଳୁ ବିଭିନ୍ନ ପ୍ରତିଭାର ପରାକାଷ୍ଠା ଦେଖାଇଛନ୍ତି । ସେ ତୃତୀୟ, ପଂଚମ ଓ ସପ୍ତମ ଶ୍ରେଣୀ ପରୀକ୍ଷାରେ କୃତିତ୍ତ୍ୱ ଅର୍ଜ୍ଜନ କରି ବୃତ୍ତି ଲାଭ କରିଥିଲେ । ପଠାଣୀସାମନ୍ତ ପରୀକ୍ଷାରେ ମଧ୍ୟ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ । କରୋନା ମହାମାରୀ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧା ବିଘ୍ନ ସୃଷ୍ଟି କରିଥିଲେ ମଧ୍ୟ ସାଇସ୍ମରଣୀକା ମାଟ୍ରିକ ପରୀକ୍ଷା ପାଇଁ ପ୍ରତିଦିନ ୮/୧୦ ଘଣ୍ଟା ଧରି ନିଜକୁ ପ୍ରସ୍ତୁତ କରୁଥିଲେ । ପ୍ରଭୁ ଜଗନ୍ନାଥଙ୍କ ଦୟା ତଥା ବାପାମା, ଶିକ୍ଷକ/ଶିକ୍ଷୟତ୍ରୀ, ଗୁରୁଜୀ /ଗୁରୁମା ଓ ପରିବାରବର୍ଗଙ୍କ ପ୍ରେରଣା ଯୋଗୁଁ ତାଙ୍କୁ ଏହି ସଫଳତା ମିଳିଲା ଓ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀଣୀ ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବି ବୋଲି ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ସାଇସ୍ମରଣୀକା ଜଣେ ମେଧାବୀ ଛାତ୍ରୀ ଭାବେ ଏହି ଅଂଚଳରେ ପରିଚିତ । ବିଭିନ୍ନ ସ୍ଥାନରେ ଆୟୋଜିତ ବକ୍ତୃତା, ପ୍ରବନ୍ଧ ଲିଖନ, ଅଙ୍କକଷା ଆଦି ପ୍ରତିଯୋଗୀତାରେ ସେ ଅଂଶ ଗ୍ରହଣ କରି ସଫଳତା ପାଇଛନ୍ତି । ଏହା ଛଡ଼ା ସେ ଚିତ୍ରାଙ୍କନ ମାଧ୍ୟମରେ ବିଭିନ୍ନ ଘଟଣାବଳିକୁ ଲୋକାଲୋଚନକୁ ଆଣି ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବ୍ଲକ ଶିକ୍ଷାଧିକାରୀ ଅଧର ତରାଇ ଫୋନ ମାଧ୍ୟମରେ ତାଙ୍କର ଉତ୍ତରୋତ୍ତର କାମନା କରିଛନ୍ତି । “ଇଞ ଘରଙ୍ଗଗ୍ଦ“ପରିବାର ପକ୍ଷରୁ ତାଙ୍କର ଉତ୍ତରୋତ୍ତର କାମନା କରାଯାଇଛି । ଏଠାରେ ପ୍ରକାଶ ଥାଉକି: ବନ୍ତ ବ୍ଲକରେ ସାଇସ୍ମରଣୀକାଙ୍କୁ ଛାଡ଼ି ଅନ୍ୟ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ବାଲିପୋଖରୀ ଉଚ୍ଚ ବିଦ୍ୟାଳୟର ସତ୍ୟଜିତ ବେହେରା(୫୫୪),ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆଗରପଡ଼ାର ମୋନାଲିସା ପୃଷ୍ଟି(୫୫୦),ମେନକାରାଣୀ ଉଚ୍ଚ ବିଦ୍ୟାଳୟ ଗଡ଼ଚଣ୍ଡିର ସ୍ନାୟମ ଶୁଭଙ୍କର ଜେନା(୫୪୫), ଚିନ୍ମୟୀ ପ୍ରିୟଦର୍ଶୀନି ସାମଲ(୫୪୪)ଏବଂ ଜେୟୁଭିପି ସରକାରୀ ଉଚ୍ଚ ବିଦ୍ୟାଳୟ ଷେଣ୍ଢତିରାର ମନୀଷା ନାୟକ(୫୪୦) ସ୍ଥାନ ପାଇଛନ୍ତି ।

Leave A Reply

Your email address will not be published.

six + eighteen =